ବୋଥାମଙ୍କ ରେକର୍ଡ କାଟିଲେ ଲାୟନ୍‌

ସିଡନୀ: ଅଷ୍ଟ୍ରେଲିଆ ସ୍ପିନର ନେଥନ୍ ଲାୟନ ରବିବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। କ୍ରିକେଟରେ ଏହି ଫର୍ମାଟରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ଲାୟନ୍ ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ଇଆନ୍ ବୋଥାମଙ୍କୁ ପଛରେ ପକାଇଛନ୍ତି। ଏହି ଡାହାଣହାତୀ ଅଫ୍ ସ୍ପିନର୍ ଜଣକ ଟେଷ୍ଟରେ ୩୮୫ ୱିକେଟ୍ ନେଇଛନ୍ତି। ବୋଥାମ୍ ୩୮୩ ୱିକେଟ୍ ନେଇଥିଲେ। ଓଭରଅଲ୍ ଦେଖିବାକୁ ଲାୟନ୍ ବର୍ତ୍ତମାନ ବିଶ୍ୱର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ୧୭ଶ ସ୍ଥାନ ଅଧିକାର କରିଛନ୍ତି। ଟେଷ୍ଟ […]

lyon-and-botham

lyon-and-botham

Ranjit Kumar Jena
  • Published: Sunday, 05 January 2020
  • Updated: 05 January 2020, 06:26 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆ ସ୍ପିନର ନେଥନ୍ ଲାୟନ ରବିବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। କ୍ରିକେଟରେ ଏହି ଫର୍ମାଟରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ଲାୟନ୍ ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ଇଆନ୍ ବୋଥାମଙ୍କୁ ପଛରେ ପକାଇଛନ୍ତି।

ଏହି ଡାହାଣହାତୀ ଅଫ୍ ସ୍ପିନର୍ ଜଣକ ଟେଷ୍ଟରେ ୩୮୫ ୱିକେଟ୍ ନେଇଛନ୍ତି। ବୋଥାମ୍ ୩୮୩ ୱିକେଟ୍ ନେଇଥିଲେ। ଓଭରଅଲ୍ ଦେଖିବାକୁ ଲାୟନ୍ ବର୍ତ୍ତମାନ ବିଶ୍ୱର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ୧୭ଶ ସ୍ଥାନ ଅଧିକାର କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟର ରେକର୍ଡ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ନାଁରେ ରହିଛି।

ମୁରଲୀ ୧୩୩ ମ୍ୟାଚରେ ୮୦୦ ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ ୧୪୫ ମ୍ୟାଚରେ ୭୦୮ ୱିକେଟ୍ ସହ ଦ୍ୱିତୀୟ, ଭାରତର ଅନୀଲ କୁମ୍ବଲେ ୧୩୨ ମ୍ୟାଚରେ ୬୧୯ ୱିକେଟ୍ ସହ ତୃତୀୟ, ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ୫୮୨ ୱିକେଟ୍ ସହ ଚତୁର୍ଥ ଏବଂ ଗ୍ଲେନ୍ ମ୍ୟାକଗ୍ରା ୫୬୩ ୱିକେଟ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos