ଆଜି କର ବା ମର ଦ୍ୱିତୀୟ ଦିନିକିଆ, ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ଆଡେଲେଡ୍‌: ଶୀର୍ଷ ସ୍ତରରେ ବ୍ୟାଟିଂ ବିପର୍ଯ୍ୟୟ ପାଇଁ ପ୍ରଥମ ଦିନିକିଆରେ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ଆଜି କର ବା ମର ଦ୍ୱିତୀୟ ଦିନିକିଆରେ ଆଡେଲେଡ୍‌ଠାରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିବାର ଅଛି। ଏହି ୩ଟିକିଆ ଦିନିକିଆ ସିରିଜ୍‌ରେ ଆଜି ଜିତିଲେ ହିଁ ସିରିଜ୍‌ ଜିତିବାର ସମ୍ଭାବନା ଉଦୟ ହେବ। ଯଦିଓ ଧୋନି ଦଳ ସମ୍ମାନ ବଞ୍ଚାଇବାରେ ସଫଳ ହୋଇଥିଲେ ସ୍ଲଗ୍‌ ଓଭର୍‌ରେ ତାଙ୍କର ଦୁର୍ବଳତା ସ୍ପଷ୍ଟ ଜଣାପଡ଼ୁଥିଲା, ଯାହାକି ଏଥର ଦଳ ପାଇଁ ଚିନ୍ତାର […]

australia

australia

Subrat Kumar Nayak
  • Published: Tuesday, 15 January 2019
  • Updated: 15 January 2019, 09:05 AM IST

Sports

Latest News

ଆଡେଲେଡ୍‌: ଶୀର୍ଷ ସ୍ତରରେ ବ୍ୟାଟିଂ ବିପର୍ଯ୍ୟୟ ପାଇଁ ପ୍ରଥମ ଦିନିକିଆରେ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ଆଜି କର ବା ମର ଦ୍ୱିତୀୟ ଦିନିକିଆରେ ଆଡେଲେଡ୍‌ଠାରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିବାର ଅଛି। ଏହି ୩ଟିକିଆ ଦିନିକିଆ ସିରିଜ୍‌ରେ ଆଜି ଜିତିଲେ ହିଁ ସିରିଜ୍‌ ଜିତିବାର ସମ୍ଭାବନା ଉଦୟ ହେବ। ଯଦିଓ ଧୋନି ଦଳ ସମ୍ମାନ ବଞ୍ଚାଇବାରେ ସଫଳ ହୋଇଥିଲେ ସ୍ଲଗ୍‌ ଓଭର୍‌ରେ ତାଙ୍କର ଦୁର୍ବଳତା ସ୍ପଷ୍ଟ ଜଣାପଡ଼ୁଥିଲା, ଯାହାକି ଏଥର ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହାକୁ ଲକ୍ଷ୍ୟ କଲେ ଜଣାଯାଏ ଦଳ ବ୍ୟାଟିଂ ନମ୍ବରରେ ପରିବର୍ତ୍ତନ କରିବାର ଆଶଙ୍କା ରହିଛି। ଯଦି ତାହା ଅପରିବର୍ତ୍ତନୀୟ ରହେ ତାହା କେତେଦୂର ସଫଳ ହେଉଛି ତାହା ମଧ୍ୟ ଦେଖିବାର ଅଛି।

ତେବେ ଭାରତ ପକ୍ଷରୁ ନୂଆ ମୁହଁ ଭାବରେ ମହମ୍ମଦ ସିରାଜ ଆଜି ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରୁଛନ୍ତି। ସେ ଖଲିଲ୍‌ ଅହମ୍ମଦଙ୍କ ବଦଳରେ ଖେଳିବେ ବୋଲି ଜଣାଯାଇଛି। ସେ ବୋଲିଂ ଆବଶ୍ୟକତା ପୂରଣ କରିବାକୁ ଥିଲାବେଳେ ଗତ ମ୍ୟାଚ୍‌ରେ ବୋଲିଂ ଆକ୍ସନ୍‌କୁ ନେଇ ଅଡ଼ୁଆରେ ପଡ଼ିଥିବା ଅମ୍ବାତି ରାୟଡ଼ୁଙ୍କ ବଦଳରେ କେଦାର ଯାଦବଙ୍କୁ ପାର୍ଟଟାଇମ୍‌ ରୋଟେସନ୍‌ ବୋଲର ଭାବରେ ବ୍ୟବହାର କରାଯାଇପାରିବ।

ଆଜି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଟସ୍‌ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ କହିଥିଲେ ସେ ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତେ। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ବିନା କୌଣସି କ୍ଷତିରେ ୯ ରନ୍‌ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos