ପ୍ରଥମ ମହିଳା କ୍ରିକେଟର୍ ଭାବେ ଏହି ବଡ଼ ଉପଲବ୍ଧି ହାସଲ ମେଗାନ୍ ସ୍କଟ୍

ନର୍ଥ ସାଉଣ୍ଡ୍: ଅଷ୍ଟ୍ରେଲିଆର ପେସ୍ ବୋଲର ମେଗାନ୍ ସ୍କଟ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରି ଇତିହାସ ରଚିଛନ୍ତି। ଏଥିସହ ସ୍କଟ୍ ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍ ଭାବେ ଦୁଇଥର ହ୍ୟାଟ୍ରିକ୍ ନେବାର ଗୌରବ ଅର୍ଜନ କରିଛନ୍ତି। ମେଗାନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୨୪ ରନ୍ ନେଇ ୩ଟି ୱିକେଟ୍ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଯଦ୍ଦ୍ୱାରା ସେ ଦିନିକିଆରେ ହ୍ୟାଟ୍ରିକ୍ ନେବାରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ହୋଇଛନ୍ତି। ମେଗାନଙ୍କ ଏହି […]

megan

Ranjit Kumar Jena
  • Published: Thursday, 12 September 2019
  • , Updated: 12 September 2019, 04:52 PM IST

ନର୍ଥ ସାଉଣ୍ଡ୍: ଅଷ୍ଟ୍ରେଲିଆର ପେସ୍ ବୋଲର ମେଗାନ୍ ସ୍କଟ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରି ଇତିହାସ ରଚିଛନ୍ତି। ଏଥିସହ ସ୍କଟ୍ ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍ ଭାବେ ଦୁଇଥର ହ୍ୟାଟ୍ରିକ୍ ନେବାର ଗୌରବ ଅର୍ଜନ କରିଛନ୍ତି। ମେଗାନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୨୪ ରନ୍ ନେଇ ୩ଟି ୱିକେଟ୍ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଯଦ୍ଦ୍ୱାରା ସେ ଦିନିକିଆରେ ହ୍ୟାଟ୍ରିକ୍ ନେବାରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ହୋଇଛନ୍ତି।

ମେଗାନଙ୍କ ଏହି ଉପଲବ୍ଧି ଦ୍ୱାରା ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ୍ ଟିମକୁ ମାତ୍ର ୧୮୦ ରନରେ ଅଲଆଉଟ୍ କରିଥିଲା। ପରେ ୧୮୧ ରନର ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଏଲିସା ହିଲି (୬୧) ଓ କ୍ୟାପଟେନ୍ ମେଗ୍ ଲାନିଙ୍ଗ (୫୯)ଙ୍କ ଅର୍ଦ୍ଧଶତକ ବଳରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ବୁଧବାର ଖେଳାଯାଇଥିବା ତୃତୀୟ ମ୍ୟାଚକୁ ୮ ୱିକେଟରେ ଜିତି ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ ଟିମ୍ ୩୧.୧ ଓଭରରେ ୨ ୱିକେଟ୍ ହରାଇ ୧୮୨ ରନ୍ କରି ମ୍ୟାଚ୍ ଜିତି ନେଇଥିଲା।

୨୬ ବର୍ଷୀୟା ମେଗାନ୍ ସ୍କଟ୍ ୯.୩ ଓଭର ପର୍ଯ୍ୟନ୍ତ କୌଣସି ୱିକେଟ୍ ହାସଲ କରିନଥିଲେ। କିନ୍ତୁ ସେ ପରବର୍ତ୍ତୀ ତିନୋଟି ବଲରେ ଚିନେଲ୍ ହେନରୀ, କରିସ୍ମା ରାମହାରାକ୍ ଓ ଏଫି ଫ୍ଲେଚରଙ୍କୁ ଆଉଟ୍ କରି ଏହି କାରନାମା କରିଥିଲେ। ସ୍କଟ୍ ନିଜର ପ୍ରଥମ ହ୍ୟାଟ୍ରିକ୍ ଗତବର୍ଷ ମାର୍ଚ୍ଚ ମାସରେ ଭାରତ ବିପକ୍ଷ ଟି-୨୦ ମ୍ୟାଚରେ ହାସଲ କରିଥିଲେ। ଏହି ମ୍ୟାଚରେ ସେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଓପନିଂ ବ୍ୟାଟ୍ସୱିମେନ୍ ସ୍ମୃତି ମନ୍ଧାନା, କ୍ୟାପଟେଡନ୍ ମିତାଲି ରାଜ ଓ ଦୀପ୍ତି ଶର୍ମାଙ୍କୁ ଆଉଟ୍ କରିଥିଲେ।

Related story