ଅଷ୍ଟ୍ରେଲିଆନ୍ ଓପନ୍‌: ସେମିରେ ପହଞ୍ଚିଲେ ୨୦ଥରର ଗ୍ରାଣ୍ଡସ୍ଲାମ୍ ବିଜେତା

ମେଲବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଟେନିସ୍ ଖେଳାଳି ରୋଜର୍ ଫେଡେରର୍ ଜବରଦସ୍ତ ବିଜୟ ସହ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୬ଥରର ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିବା ଫେଡେରର ନିଜର ୧୭ ବର୍ଷର କ୍ୟାରିୟରରେ ୧୫ଥର ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି। ଫେଡେରର୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଆମେରିକାର ଟେନିଜ୍ ସାଣ୍ଡଗ୍ରେନଙ୍କୁ ପାଞ୍ଚ ସେଟ୍ ବିଶିଷ୍ଟ ମୁକାବିଲାରେ ୬-୩, ୨-୬, ୨-୬, ୭-୬ (୧୦/୮), ୬-୩ ସେଟରେ ପରାସ୍ତ କରିଛନ୍ତି। ୩୮ […]

federer

Ranjit Kumar Jena
  • Published: Tuesday, 28 January 2020
  • , Updated: 28 January 2020, 06:24 PM IST

ମେଲବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଟେନିସ୍ ଖେଳାଳି ରୋଜର୍ ଫେଡେରର୍ ଜବରଦସ୍ତ ବିଜୟ ସହ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୬ଥରର ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିବା ଫେଡେରର ନିଜର ୧୭ ବର୍ଷର କ୍ୟାରିୟରରେ ୧୫ଥର ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି। ଫେଡେରର୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଆମେରିକାର ଟେନିଜ୍ ସାଣ୍ଡଗ୍ରେନଙ୍କୁ ପାଞ୍ଚ ସେଟ୍ ବିଶିଷ୍ଟ ମୁକାବିଲାରେ ୬-୩, ୨-୬, ୨-୬, ୭-୬ (୧୦/୮), ୬-୩ ସେଟରେ ପରାସ୍ତ କରିଛନ୍ତି।

୩୮ ବର୍ଷୀୟ ଏହି ଭେଟେରାନ୍ ଖେଳାଳି ଅଷ୍ଟ୍ରେଲିଆନ୍ ଓପନରେ ଏପର୍ଯ୍ୟନ୍ତ ୧୦୨ଟି ମୁକାବିଲା ଜିତିଛନ୍ତି। ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଫେଡେରର ପ୍ରଥମ ସେଟକୁ ସହଜରେ ଜିତିବା ପରେ ପରବର୍ତ୍ତୀ ଦୁଇଟି ସେଟରେ ଶୋଚନୀୟ ଭାବେ ହାରିଯାଇଥିଲେ। ଚତୁର୍ଥ ସେଟ୍ ଫେଡେରରଙ୍କ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଏହି ସେଟ୍ ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ଫେଡେରର ୧୦-୮ରେ ବିଜୟୀ ହୋଇ ମୁକାବିଲାକୁ ୨-୨ରେ ବରାବର ସ୍ଥିତିକୁ ଆଣିଥିଲେ। ପଞ୍ଚମ ସେଟ୍ ଏକ ସମୟରେ ୨-୨ରେ ଥିଲା, କିନ୍ତୁ ପରେ ଫେଡେରର ଭଲ ପ୍ରଦର୍ଶନ କରି ସେଟକୁ ୬-୩ରେ ଜିତି ନେଇଥିଲେ।

ମ୍ୟାଚ୍ ଜିତିବା ପରେ ଫେଡେରର କହିଥିଲେ, ଏହି ମ୍ୟାଚ୍ ଜିତିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ସେହି ୭ ମ୍ୟାଚ୍ ପଏଣ୍ଟ ମୁକାବିଲାର ଗତିପଥ ବଦଳାଇ ଦେଇଥିଲା। ମୋ ପ୍ରତିଦ୍ୱନ୍ଦ୍ୱୀ ସାଣ୍ଡଗ୍ରେନ୍ ଯେଉଁ ସ୍ମାଶ୍ ଶଟ୍ ଖେଳିଥିଲା, ତାହାର ଜବାବ ମୋ ପାଖରେ ନଥିଲା। କିନ୍ତୁ ଚତୁର୍ଥ ସେଟର ଟାଇବ୍ରେକର ପରେ ମୁଁ ଲୟ ହାସଲ କରିପାରିପାରିଥିଲି ଏବଂ ଏହି କାରଣରୁ ଅନ୍ତିମ ସେଟ୍ ଜିତିବା ମୋ ପକ୍ଷେ ସହଜ ହୋଇଥିଲା।

ସେମିରେ ଫେଡେରରଙ୍କ ସାମ୍ନା ବିଶ୍ୱର ଦୁଇ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚଙ୍କ ହେବ। ସର୍ବିୟାର ଷ୍ଟାର୍ ଖେଳାଳି ଜୋକୋଭିଚ୍ କ୍ୱାର୍ଟରଫାଇନାଲରେ କ୍ୟାନାଡାର ମିଲୋସ୍ ରାଓନିକଙ୍କୁ ସିଧାସଳଖ ୬-୪, ୬-୩, ୭-୬ (୭/୧) ସେଟରେ ପରାସ୍ତ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍ ଜୋକୋଭିଚ୍ ଏବଂ ଫେଡେରରଙ୍କ ମଧ୍ୟରେ ୪୯ଟି ମ୍ୟାଚ୍ ଖେଳାଯାଇଛି। ଏଥିରେ ଜୋକୋଭିଚ୍ ୨୬-୨୩ରେ ଆଗୁଆ ରହିଛନ୍ତି।

Related story