ଚଳିତ ବର୍ଷ ବାଂଲାଦେଶ ଗସ୍ତରେ ଯାଇ ଦୁଇଟି ଟେଷ୍ଟ୍ ଖେଳିପାରେ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଯଦି ସୁରକ୍ଷା ଜନିତ କୌଣସି ସମସ୍ୟା ନ ଉଠେ ତା’ହେଲେ ଚଳିତ ବର୍ଷ ଅଷ୍ଟ୍ରେଲିଆ ବାଂଲାଦେଶ ଗସ୍ତରେ ଯାଇ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସଦରଲାଣ୍ଡ ଏହି ସୂଚନା ଦେଇଛନ୍ତି। ସୁରକ୍ଷା କାରଣରୁ ୨୦୧୫ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ତା’ର ବାଂଲାଦେଶ ଗସ୍ତକୁ ବାତିଲ କରିଥିଲା। ଏପରିକି ୨୦୧୬ରେ ବାଂଲାଦେଶରେ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ପାଇଁ ଦଳ ପଠାଇ ନ ଥିଲା। ୨୦୦୬ରୁ ଅଷ୍ଟ୍ରେଲିଆ ବାଂଲାଦେଶ […]

james

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 11:11 AM IST

ମେଲବୋର୍ଣ୍ଣ: ଯଦି ସୁରକ୍ଷା ଜନିତ କୌଣସି ସମସ୍ୟା ନ ଉଠେ ତା’ହେଲେ ଚଳିତ ବର୍ଷ ଅଷ୍ଟ୍ରେଲିଆ ବାଂଲାଦେଶ ଗସ୍ତରେ ଯାଇ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସଦରଲାଣ୍ଡ ଏହି ସୂଚନା ଦେଇଛନ୍ତି।

ସୁରକ୍ଷା କାରଣରୁ ୨୦୧୫ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ତା’ର ବାଂଲାଦେଶ ଗସ୍ତକୁ ବାତିଲ କରିଥିଲା। ଏପରିକି ୨୦୧୬ରେ ବାଂଲାଦେଶରେ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ପାଇଁ ଦଳ ପଠାଇ ନ ଥିଲା।

୨୦୦୬ରୁ ଅଷ୍ଟ୍ରେଲିଆ ବାଂଲାଦେଶ ବିପକ୍ଷରେ ଗୋଟିଏ ବି ଟେଷ୍ଟ୍ ସିରିଜ୍ ଖେଳି ନାହିଁ କି ବାଂଲାଦେଶ ଗସ୍ତରେ ଯାଇନାହିଁ।

Related story