ପାକିସ୍ତାନର ସହାୟକ କୋଚ୍‌ ହୋଇପାରନ୍ତି ଆଝାର

କରାଚି: ପାକିସ୍ତାନର ଟେଷ୍ଟ ଅଲ୍‌-ରାଉଣ୍ଡର ଆଝାର ମେହମ୍ମୁଦଙ୍କୁ ସହାୟକ କୋଚ୍‌ ଭାବେ ନିଯୁକ୍ତି ଦେବାକୁ ସ୍ଥିର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ଆସନ୍ତା ମାସରେ ଦଳ ଇଂଲଣ୍ଡ ଗସ୍ତରେ ଯିବା ବେଳେ ସେ ମଧ୍ୟ ଦଳରେ ସ୍ଥାନ ପାଇବା ଆଶା କରାଯାଉଛି। ଏନେଇ ଆଜି ସୂଚନା ଦେଇଛନ୍ତି ପିସିବିର ଅଧ୍ୟକ୍ଷ ଶାହାରାୟାର ଖାନ୍‌। ସେ କହିଛନ୍ତି,“ଆଝାରଙ୍କୁ ପିସିବି ପକ୍ଷରୁ ସହାୟକ କୋଚ୍‌ ଭାବେ ଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାଙ୍କ ନିକଟରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର […]

Azhar Mahmood

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 05:55 PM IST

କରାଚି: ପାକିସ୍ତାନର ଟେଷ୍ଟ ଅଲ୍‌-ରାଉଣ୍ଡର ଆଝାର ମେହମ୍ମୁଦଙ୍କୁ ସହାୟକ କୋଚ୍‌ ଭାବେ ନିଯୁକ୍ତି ଦେବାକୁ ସ୍ଥିର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ଆସନ୍ତା ମାସରେ ଦଳ ଇଂଲଣ୍ଡ ଗସ୍ତରେ ଯିବା ବେଳେ ସେ ମଧ୍ୟ ଦଳରେ ସ୍ଥାନ ପାଇବା ଆଶା କରାଯାଉଛି।

ଏନେଇ ଆଜି ସୂଚନା ଦେଇଛନ୍ତି ପିସିବିର ଅଧ୍ୟକ୍ଷ ଶାହାରାୟାର ଖାନ୍‌।

ସେ କହିଛନ୍ତି,“ଆଝାରଙ୍କୁ ପିସିବି ପକ୍ଷରୁ ସହାୟକ କୋଚ୍‌ ଭାବେ ଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାଙ୍କ ନିକଟରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ହସ୍ତଗତ ହୋଇନାହିଁ।”

ସୂଚନାଯୋଗ୍ୟ ପାକିସ୍ତାନ ନିକଟରେ ମିକି ଆର୍ଥରଙ୍କୁ ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ଦେଇଛି।

Related story