କରୋନା ଆକ୍ରାନ୍ତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାବା ସେହ୍ୱାଗଙ୍କ ଅଭୟ ବାଣୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଫାଷ୍ଟ ଲେଡି ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ୍ ଶୁକ୍ରବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ପଜିଟିଭ୍ ହେବା ଖବର ପାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୋଦି ଟ୍ୱିଟ୍ କରି କହିଛନ୍ତି, ‘ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର […]

sehwag

Ranjit Kumar Jena
  • Published: Friday, 02 October 2020
  • , Updated: 02 October 2020, 07:55 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଫାଷ୍ଟ ଲେଡି ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ୍ ଶୁକ୍ରବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ପଜିଟିଭ୍ ହେବା ଖବର ପାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୋଦି ଟ୍ୱିଟ୍ କରି କହିଛନ୍ତି, 'ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି।'

ପିଏମ୍ ମୋଦିଙ୍କ ବ୍ୟତୀତ ଆଉ କିଛି ବ୍ୟକ୍ତି ମଧ୍ୟ ଟ୍ରମ୍ପଙ୍କ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି। ତେବେ ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ନିଜ ମଜାକିଆ ଢଙ୍ଗରେ ତାଙ୍କର ସୁସ୍ଥ କାମନା କରିଛନ୍ତି। ଟ୍ୱିଟରରେ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି।

https://twitter.com/virendersehwag/status/1311962244293435392?s=20

ସେହ୍ୱାଗ ନିଜର ଏକ ଫେଟା ଶେଆର୍ କହିଛନ୍ତି, ଯେଉଁଥିରେ ସେ ବାବା ହୋଇ ବସିଛନ୍ତି। ଫଟୋ ଶେଆର୍ କରି ସେ କ୍ୟାପସନରେ ଲେଖିଛନ୍ତି, 'ତୁମକୁ (ଡୋନାଲ୍ଡ ଟ୍ରମ୍ପ) କୋଭିଡରୁ ଆରୋଗ୍ୟ ହେବା ପାଇଁ ବାବା ସେହ୍ୱାଗଙ୍କ ଆଶୀର୍ବାଦ। 'ଗୋ କରୋନା ଗୋ କରୋନା ଗୋ'।

ସୂଚନାଯୋଗ୍ୟ, ସେହ୍ୱାଗ ସୋଶାଲ୍ ମିଡିଆରେ ବେଶ୍ ସକ୍ରିୟ ଏବଂ ସେ ପ୍ରତିଟି ଘଟଣା ଉପରେ ଟ୍ୱିଟ୍ କରନ୍ତି। ଆଇପିଏଲର ପ୍ରତି ମ୍ୟାଚ୍ ପାଇଁ ସେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଟ୍ରମ୍ପଙ୍କ କରୋନା ପଜିଟିଭ୍ ଖବର ସାମ୍ନାକୁ ଆସିବା ପରେ ସେହ୍ୱାଗ ନିଜ ଢଙ୍ଗରେ ଟ୍ୱିଟ୍ କରିଛନ୍ତି।

Related story