ଏସିଆନ୍‌ ଉଷୁ ଚାମ୍ପିଅନଶିପ୍‌ ବବଲୁ ମୁଣ୍ଡାଙ୍କୁ ରୌପ୍ୟ

ବଡ଼ବିଲ: ୧୦ମ ଏସିଆନ ଜୁନିଅର ଉଷୁ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଆ ପୁଅ ବବଲୁ ମୁଣ୍ଡା ରୌପ୍ୟ ପଦକ ଜିତିଛନ୍ତି। ବ୍ରୁନେଇଠାରେ ଚାଲିଥିବା ଚାମ୍ପିୟନଶିପ୍‌ର ୪୫ କେଜି ବର୍ଗରେ ଯୋଡ଼ା ବ୍ଲକ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ବବୁଲ ମୁଣ୍ଡା ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଅଗଷ୍ଟ ୧୬ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୬ଟି ଦେଶରୁ ୩୯୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।  ଏଥିରେ ବବଲୁ ଏକମାତ୍ର […]

babul-final

babul-final

Puspanjali Panda
  • Published: Sunday, 25 August 2019
  • Updated: 25 August 2019, 03:00 PM IST

Sports

Latest News

ବଡ଼ବିଲ: ୧୦ମ ଏସିଆନ ଜୁନିଅର ଉଷୁ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଆ ପୁଅ ବବଲୁ ମୁଣ୍ଡା ରୌପ୍ୟ ପଦକ ଜିତିଛନ୍ତି। ବ୍ରୁନେଇଠାରେ ଚାଲିଥିବା ଚାମ୍ପିୟନଶିପ୍‌ର ୪୫ କେଜି ବର୍ଗରେ ଯୋଡ଼ା ବ୍ଲକ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ବବୁଲ ମୁଣ୍ଡା ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।

ଅଗଷ୍ଟ ୧୬ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୬ଟି ଦେଶରୁ ୩୯୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।  ଏଥିରେ ବବଲୁ ଏକମାତ୍ର ଓଡ଼ିଆ ଭାବେ ୨୨ ଜଣିଆ ଭାରତୀୟ ଦଳରେ ଯୋଗ ଦେଇଥିଲେ।

ସେମିଫାଇନାଲ ମ୍ୟାଚ୍‌ରେ ବବୁଲଙ୍କ ମୁକାବିଲା  ଭିଏତନାମ ପ୍ରତିଯୋଗୀଙ୍କ ସହ ହୋଇଥିଲା।  ଏହି ମୁକାବିଲାକୁ ବବଲୁ ବେଶ ଚମତ୍କାର ଢଙ୍ଗରେ ଜିତି ନେଇଥିଲେ। ତେବେ ଉଚ୍ଚକୋଟୀର କୌଶଳ ପ୍ରଦର୍ଶନ ସତ୍ତ୍ୱେ ସେ ଫାଇନାଲରେ ସେ ଇରାନର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଯାଇଥିଲେ। ଏହା ବବଲୁଙ୍କ ଦ୍ଵିତୀୟ ଆନ୍ତର୍ଜାତୀୟ ପଦକ। ୨୦୧୮ ମସିହା ଜୁଲାଇ ମାସରେ ବ୍ରାଜିଲଠାରେ ଅନୁଷ୍ଠିତ ୭ମ ବିଶ୍ୱ ଉଷୁ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ଜିତିଥିଲେ।

ଏ ନେଇ ବବଲୁ କହିଛନ୍ତି, "ମୋର ପ୍ରଦର୍ଶନ ଭଲ ଥିଲା କିନ୍ତୁ କିଛି କୌଶଳରେ ମୋର ପ୍ରତିଦ୍ଵନ୍ଦୀଙ୍କଠାରୁ ମୁଁ ପଛେଇ ଯାଇଥିଲି। ଆଗକୁ ଏହି କୌଶଳ ଗୁଡ଼ିକ ଉପରେ ମୁଁ ଧ୍ୟାନ ଦେବି।”

ଜିନ୍ଦଲ ଷ୍ଟିଲ ଏଣ୍ଡ୍‌ ପାୱାର ଲିମିଟେଡ (ଜେଏସପିଏଲ)ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ତ୍ଵ ଶାଖା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବବଲୁଙ୍କୁ ଏହି ପ୍ରତିଯୋଗିତା ପାଇଁ ତାଲିମ ସହ ସହାୟତା ଯୋଗାଇ ଦିଆଯାଇଥିଲା।

ବବଲୁଙ୍କର ଏହି ଅନ୍ତର୍ଜାତୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇ ଜେଏସପିଏଲ ଫାଉଣ୍ଡେସନର ସହ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବଡ଼ବିଲ ଅଞ୍ଚଳର ଗ୍ରାମୀଣ ଖେଳ ପ୍ରତିଭା ମାନଙ୍କୁ ଆଗକୁ ନେଇ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଜେଏସପିଏଲ ଫାଉଣ୍ଡେସନ ସମସ୍ତ ପ୍ରକାର ସୁବିଧା ଏବଂ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ହେଇଛନ୍ତି।

ଏହି ସଫଳତା ପାଇଁ ବବଲୁଙ୍କର ପ୍ରଶିକ୍ଷକ ପଙ୍କଜ ମହାନ୍ତ, ଓଡିଶା ଉଷୁ ଆସୋସିଏସନ, ଭାରତୀୟ ଉଷୁ ଆସୋସିଏସନ, କେନ୍ଦୁଝର ଉଷୁ ଆସୋସିଏସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ବବଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମର ଶିକ୍ଷା ପ୍ରତି ନିଷ୍ଠା ଯୋଗୁ ବବୁଲ ଏପର୍ଯ୍ୟନ୍ତ ୨ଟି ଅନ୍ତର୍ଜାତୀୟ ପଦକ ସହ ମୋଟ ୧୯ଟି ପଦକର ଅଧିକାରୀ ହୋଇପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story