ଭାରତକୁ ରୋହିତଙ୍କ ବ୍ୟାଟିଂ ଚିନ୍ତା: ୫ଟି ପାରିରେ କରିଛନ୍ତି ମାତ୍ର ୪୯ ରନ୍‌

ନୂଆଦିଲ୍ଲୀ: ଏବେ ଶ୍ରୀଲଙ୍କାରେ ନିଦାହାସ୍‌ ଟି-ଟ୍ୱଣ୍ଟି ସିରିଜ ଚାଲିଛି। ଏହି ସିରିଜରେ ଭାରତ ସମେତ ଶ୍ରୀଲଙ୍କା ଓ ବାଂଲାଦେଶ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଟିମ୍‌ର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ହେଲେ ଏବେ ଭାରତୀୟ ଟିମ୍‌କୁ ରୋହିତଙ୍କ ବ୍ୟାଟିଂ ଚିନ୍ତାରେ ପକାଇଛି। ରୋହିତ ଗତ ୫ଟି ସିରିଜ୍‌ରେ ମାତ୍ର ୪୯ ରନ୍‌ କରିଛନ୍ତି। ରୋହିତଙ୍କ ଏହି ଖରାପ ଫର୍ମ ଦକ୍ଷିଣ ଆଫ୍ରିକା ଗସ୍ତରୁ ଜାରି ରହିଛି। ସେ ଗତ ୫ଟି ମ୍ୟାଚ୍‌ରେ ଯଥାକ୍ରମେ ୧୭, ୦, ୧୧, […]

rohit

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 10:50 AM IST

ନୂଆଦିଲ୍ଲୀ: ଏବେ ଶ୍ରୀଲଙ୍କାରେ ନିଦାହାସ୍‌ ଟି-ଟ୍ୱଣ୍ଟି ସିରିଜ ଚାଲିଛି। ଏହି ସିରିଜରେ ଭାରତ ସମେତ ଶ୍ରୀଲଙ୍କା ଓ ବାଂଲାଦେଶ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଟିମ୍‌ର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ହେଲେ ଏବେ ଭାରତୀୟ ଟିମ୍‌କୁ ରୋହିତଙ୍କ ବ୍ୟାଟିଂ ଚିନ୍ତାରେ ପକାଇଛି। ରୋହିତ ଗତ ୫ଟି ସିରିଜ୍‌ରେ ମାତ୍ର ୪୯ ରନ୍‌ କରିଛନ୍ତି।

ରୋହିତଙ୍କ ଏହି ଖରାପ ଫର୍ମ ଦକ୍ଷିଣ ଆଫ୍ରିକା ଗସ୍ତରୁ ଜାରି ରହିଛି। ସେ ଗତ ୫ଟି ମ୍ୟାଚ୍‌ରେ ଯଥାକ୍ରମେ ୧୭, ୦, ୧୧, ୦ ଓ ୨୧ ରନ୍ କରିଛନ୍ତି।

ଭୁଲ ସୁଧାରିବାର ସୁଯୋଗ

ଭାରତ ଏହି ସିରିଜ୍‌ରେ ଷ୍ଟାର ଖେଳାଳିମାନଙ୍କୁ ବିଶ୍ରାମ ଦେଥିବା ବେଳେ ରୋହିତଙ୍କ ନେତୃତ୍ୱରେ ଦ୍ୱିତୀୟ ଶ୍ରେଣୀର କିଛି ଖେଳାଳିଙ୍କୁ ନେଇ ଟିମ୍‌ ମଇଦାନକୁ ଓହ୍ଲାଇଛି। ସିରିଜ୍‌ର ଆରମ୍ଭ ଭାରତ ପାଇଁ ଭଲ ହୋଇନାହିଁ। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ୫ ୱିକେଟ୍‌ରେ ଭାରତ ହାରିଥିବା ବେଳେ ବାଂଲାଦେଶଠାରୁ କୌଣସି ମତେ ଜିତିବାକୁ ସକ୍ଷମ ହୋଇଛି। ହେଲେ ଏହି ବିଜୟ ଭାରତୀୟ ଷ୍ଟାଇଲ୍‌ରେ ହୋଇନାହିଁ। ୧୪୦ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ୧୮ ଓଭର ପର୍ଯ୍ୟନ୍ତ ଖେଳିବାକୁ ପଡିଥିଲା। ଏପରି ସ୍ଥିତିରେ ସିରିଜରେ ରହିବାକୁ ହେଲେ ଭାରତୀୟ ଟିମ୍‌କୁ ସବୁ ଦୋଷ ଦୁର୍ବଳତାକୁ ସୁଧାରିବାକୁ ପଡ଼ିବ।

Related story