ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍ (ଏଆଇଏଫ୍ଏଫ)ର ଉପେଦଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ରବିବାର ଫେଡେରସନର ସଭାପତି ପ୍ରଫୁଲ ପଟେଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପ୍ରଫୁଲ କହିଛନ୍ତି ଯେ ଭୁତିଆ ଉଭୟ ଖେଳ ଓ ଫେଡେରେସନର କାର୍ଯ୍ୟକଳାପ ପ୍ରସଙ୍ଗରେ ପରାମର୍ଶ ଦେବେ। ତେବେ ତାଙ୍କର ପ୍ରଥମ ଦାୟିତ୍ୱ ହେବ ଜାତୀୟ ଫୁଟବଲ୍ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ଓ ୨୦୧୭ରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ବାଳକ ଦଳକୁ ପ୍ରସ୍ତୁତ କରିବା।
ସେହିପରି ଏଆଇଏଫ୍ଏଫର ସାଧାରଣ ସଂପାଦକ କୁଶାଲ ଦାସ କହିଛନ୍ତି ଯେ ରାଜ୍ୟ ସ୍ତରରେ ଥିବା ଫୁଟବଲ୍ ଆସୋସିଏସନଗୁଡ଼ିକର ପଞ୍ଜୀକରଣ ନିୟମ, କ୍ଳକ୍ ସ୍ତରରେ ଫୁଟବଲର ଉନ୍ନତି ତଥା ଘରୋଇ ମ୍ୟାଚଗୁଡ଼ିକର ଆୟୋଜନ କ୍ଷେତ୍ରରେ ବୋର୍ଡ ତାଙ୍କ ପରାମର୍ଶ ନେବ। ଉଭୟ ପୁରୁଷ ଓ ମହିଳା କ୍ଷେତ୍ରରେ ତଥା ସବୁ ବୟସର ଖେଳାଳିଙ୍କ କ୍ଷେତ୍ରରେ ତାଙ୍କରି ପରାମର୍ଶ ନିଆଯିବ।
ସୂଚନାଯୋଗ୍ୟ, ବାଇଚୁଙ୍ଗ ଭୁତିଆ ଏବେ ଏଆଇଏଫ୍ଏଫର ଟେକନିକାଲ୍ କମିଟିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।