ଏସିଆନ୍ ରେସଲିଂ ଚାମ୍ପିୟନଶିପ୍‌: ଭାରତର ନେତୃତ୍ୱ ନେବେ ବଜରଙ୍ଗ ଓ ଭିନେଶ୍‌

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେବାକୁଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ (୬୫ କେଜି) ଓ ଭିନେଶ ଫୋଗଟ୍ (୫୩ କେଜି) ଭାରତୀୟ ଦଳର ନେତୃତ୍ୱ ନେବେ। ଡିଫେଣ୍ଡିଂ ଚାମ୍ପିୟନ୍ ବଜରଙ୍ଗ ନିଜର ଦବଦବା କାଏମ ରଖିବାକୁ ପ୍ରୟାସ କରିବେ। ସେହିପରି ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିବା ଭିନେଶ ନିଜ ପଦକର ରଙ୍ଗ ବଦଳାଇବାକୁ ଚାହିଁବେ। ଏଠାକାର କେଡି ଯାଦବ ରେସଲିଂ ଷ୍ଟାଡିୟମରେ ୬ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିୟନଶିପରେ […]

wrestling

Ranjit Kumar Jena
  • Published: Monday, 17 February 2020
  • , Updated: 17 February 2020, 08:17 PM IST

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେବାକୁଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ (୬୫ କେଜି) ଓ ଭିନେଶ ଫୋଗଟ୍ (୫୩ କେଜି) ଭାରତୀୟ ଦଳର ନେତୃତ୍ୱ ନେବେ। ଡିଫେଣ୍ଡିଂ ଚାମ୍ପିୟନ୍ ବଜରଙ୍ଗ ନିଜର ଦବଦବା କାଏମ ରଖିବାକୁ ପ୍ରୟାସ କରିବେ। ସେହିପରି ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିବା ଭିନେଶ ନିଜ ପଦକର ରଙ୍ଗ ବଦଳାଇବାକୁ ଚାହିଁବେ।

ଏଠାକାର କେଡି ଯାଦବ ରେସଲିଂ ଷ୍ଟାଡିୟମରେ ୬ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିୟନଶିପରେ ଭାରତୀୟ ରେସଲରଙ୍କ ପାଖରେ ଟୋକିଓ ଅଲିମ୍ପିକ୍ ପୂର୍ବରୁ ଘରୋଇ ଦର୍ଶକଙ୍କ ଆଗରେ କୌଶଳ ଦେଖାଇବାକୁ ସୁଯୋଗ ରହିବ। ଟୋକିଓ ଅଲିମ୍ପିକ୍ ପାଇଁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଏହି ଚାମ୍ପିୟନଶିପକୁ ରାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟର ମାନ୍ୟତା ଦେଇଛି। ପୁନିଆ ଓ ଭିନେଶଙ୍କ ବ୍ୟତୀତ ୩୦ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ଦୀପକ ପୁନିଆ, ରବି କୁମାର ଦାହିୟା ଓ ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ୍ ସାମିଲ୍ ଅଛନ୍ତି। ଅଂଶୁ ମଲିକ୍‌, ଆଶୁ ଓ ସୋନମ୍ ମଲିକଙ୍କ ଭଳି ଯୁବ ରେସଲର୍ ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ନିଜର ଛାପ ଛାଡ଼ିବାକୁ ଚାହିଁବେ।

ଟୁର୍ଣ୍ଣାମେଣ୍ଟରେ ତିନୋଟି ବର୍ଗ ରହିଛି, ଯେଉଁଥିରେ ପୁରୁଷ ଫ୍ରିଷ୍ଟାଇଲ୍‌, ଗ୍ରିକୋ-ରୋମାନ୍ ଏବଂ ମହିଳାଙ୍କ ରେସଲିଂ ସାମିଲ୍ ଅଛି। ପ୍ରଥମ ଦୁଇ ଦିନ ଗ୍ରୀକୋ-ରୋମାନ ମୁକାବିଲା ହେବ। ଏହା ପରେ ମହିଳାଙ୍କ ରେସଲିଂ (ପରବର୍ତ୍ତୀ ଦୁଇଦିନ) ଏବଂ ପରେ ପୁରୁଷ ଫ୍ରିଷ୍ଟାଇଲ୍ (ଅନ୍ତିମ ଦୁଇଦିନ)ର ମୁକାବିଲା ହେବ। ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତିକା ସଙ୍କଟ କାରଣରୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନର ଚାରିଜଣ ରେସଲର୍ ଏବଂ ଦୁଇ ମ୍ୟାଚ୍ ଅଫିସିଆଲ୍ସଙ୍କର ଭାରତ ଆସିବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ସେମାନଙ୍କ ଭାରତ ସରକାରଙ୍କ ପକ୍ଷରୁ ଭିସା ପ୍ରଦାନ କରାଯାଇଛି।

ତେବେ ଟୁର୍ଣ୍ଣାମେଣ୍ଟରେ ଚାଇନାର ୪୦ଜଣ ରେସଲର୍ ଭାଗ ନେବେ ନାହିଁ, କାରଣ କରୋନା ଭାଇରସ୍ ସଂକ୍ରମଣ କାରଣରୁ ଭାରତ ସରକାର ଚାଇନା ଦଳକୁ ଭିସା ପ୍ରଦାନ କରିନାହାନ୍ତି। ସିନିୟର ଏସିଆନ୍ ଚାମ୍ପିୟନଶିପ୍ ଦୁଇବର୍ଷ ପରେ ଭାରତରେ ଆୟୋଜିତ ହେଉଛି। ଗତବର୍ଷ ଏହାର ଆୟୋଜନ ଚାଇନାର ଶିଆନରେ ହୋଇଥିଲା, ଯେଉଁଥିରେ ଭାରତୀୟ ରେସଲର୍ ୧୬ଟି ପଦକ ଜିତିଥିଲେ। ଏଥିରେ ୬୫ କେଜି ବର୍ଗରେ ପୁନିଆଙ୍କ ସ୍ୱର୍ଣ୍ଣ ପଦକ ସାମିଲ୍ ଥିଲା।

Related story