ଏଭଳି ପାରାଲାଲ୍‌ ସଟ୍‌, ବୋଲରଙ୍କ ମୁଣ୍ଡରେ ବାଜି ବଲ୍‌ ହେଲା ଛକା: କ୍ରିକେଟ୍‌ରେ ପ୍ରଥମ ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟରେ ବୁଧବାର ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ ଜିତ୍‌ ରାବଲ ନାମକ ଜଣେ ବ୍ୟାଟ୍ସମ୍ୟାନ୍ ଏକ ଜୋରଦାର ସଟ୍‌ ମାରିଥିଲେ। ଏହି ବଲ୍‌ଟି ବୋଲର୍‌ଙ୍କ ମୁଣ୍ଡରେ ବାଜି ଛକା ହୋଇଥିଲା। ଏହି ସଟ୍‌ ଏତେ ଜୋରଦାର ଥିଲା ଯାହା ବୋଲରଙ୍କ ମୁଣ୍ଡରେ ବାଜିଥିଲେ ମଧ୍ୟ ଛକା ହୋଇଯାଇଥିଲା। ଜିତ୍‌ ଭାରତରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନ୍ୟୁଜିଆଣ୍ଡରେ କ୍ରିକେଟ୍‌ ଖେଳୁଛନ୍ତି। କ୍ରିକେଟ୍‌ ଇତିହାସରେ ଏଭଳି ଘଟଣା ପ୍ରଥମ […]

numbering-670_1519216929

Rakesh Mallick
  • Published: Thursday, 22 February 2018
  • , Updated: 22 February 2018, 11:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟରେ ବୁଧବାର ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ ଜିତ୍‌ ରାବଲ ନାମକ ଜଣେ ବ୍ୟାଟ୍ସମ୍ୟାନ୍ ଏକ ଜୋରଦାର ସଟ୍‌ ମାରିଥିଲେ। ଏହି ବଲ୍‌ଟି ବୋଲର୍‌ଙ୍କ ମୁଣ୍ଡରେ ବାଜି ଛକା ହୋଇଥିଲା। ଏହି ସଟ୍‌ ଏତେ ଜୋରଦାର ଥିଲା ଯାହା ବୋଲରଙ୍କ ମୁଣ୍ଡରେ ବାଜିଥିଲେ ମଧ୍ୟ ଛକା ହୋଇଯାଇଥିଲା। ଜିତ୍‌ ଭାରତରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନ୍ୟୁଜିଆଣ୍ଡରେ କ୍ରିକେଟ୍‌ ଖେଳୁଛନ୍ତି। କ୍ରିକେଟ୍‌ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି। ଜିତ୍‌ ଅକଲାଣ୍ଡ ଟିମ୍‌ ପକ୍ଷରୁ ବ୍ୟାଟିଂ କରୁଥିବା ବେଳେ ଏହି କାରନାମ ଦେଖିବାକୁ ମଳିଛି। ଏହି ମ୍ୟାଚ୍‌ରେ ଜିତ୍‌ ୧୦ଟି ଚୌକା ଓ ୪ଟି ଛକା ସହ ୧୪୯ ରନ କରିଥିଲେ। ଜିତ୍‌ଙ୍କ ଏହି ଇଂନିସ ଫଳରେ ଅକଲାଣ୍ଡ ଟିମ୍‌ କ୍ୟାଣ୍ଟରବରୀ ଟିମ୍‌କୁ ୧୦୭ ରନରେ ପରାସ୍ତ କରିଥିଲା।

ଅକଲାଣ୍ଡ ଟିମ୍‌ର ଓପନର୍‌ ଜିତ୍‌, କ୍ୟାଣ୍ଟରବରୀ ଟିମର ବୋଲର ଏଣ୍ଡ୍ରୁ ଏଲିସ୍‌ଙ୍କ ବଲରେ ଏହି ଷ୍ଟ୍ରେଟ୍‌ଡ୍ରାଇଭ୍‌ ସଟ୍‌ ମାରିଥିଲେ। ଏହା ଏତେ ପାରାଲାଲ ଥିଲା ଯେ ଏଲିସ୍‌ଙ୍କ ମୁଣ୍ଡରେ ଲାଗି ଛକା ହୋଇଯାଇଥିଲା। ଏହାପରେ ଏଲିସ୍‌ କିଛି ସମୟ ପାଇଁ ପଡ଼ିଆରୁ ବାହାରକୁ ଚାଲିଯାଇଥିଲେ। କିଛି ସମୟ ପଡ଼ିଆ ବାହରେ ରିହିବା ପରେ ଡକ୍ଟର ଜିତ୍‌ଙ୍କୁ ଫିଟ୍‌ ଘୋଷଣା କରିଥିଲେ। ପରେ ୪୮ ଓଭରରେ ଜିତ୍‌ ୧୪୯ ରନ କରି ବ୍ୟାଟିଂ କରୁଥିବା ବେଳେ ଏଲିସ୍‌ଙ୍କ ବଲରେ ଶିକାର ହୋଇଥିଲେ।

Related story