ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌: କମିବ ସିଟ୍‌, ବଢ଼ିବ ସିସିଟିଭି ସଂଖ୍ୟା

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ବର୍ଷ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ସୁରକ୍ଷା ନେଇ ଆଜି ଏକ ବୈଠକ ଭୁବେନଶ୍ୱରରେ ହୋଇଛି। ଏଥିରେ କମିଶନରେଟ ପୋଲିସ୍‌, ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଓ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ କର୍ମକର୍ତ୍ତାମାନ ଯୋଗଦେଇଥିଲେ। ବୈଠକରେ ବାରବାଟୀ ଗ୍ୟାଲେରୀର ସିଟ୍ ସଂଖ୍ୟା ୪୫୦୦୦ରୁ ୪୧୦୦୦କୁ ହ୍ରାସ କରାଯିବା ସହିତ ଅଧିକ ସିସିଟିଭି ଲଗାଯିବା ଓ ଟିକେଟ ଗୁଡ଼ିକ ନମ୍ବରିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବାରବାଟୀ ଷ୍ଟାଡିୟମରେ ଶେଷ […]

england karmakarta

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 05:16 PM IST

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ବର୍ଷ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ସୁରକ୍ଷା ନେଇ ଆଜି ଏକ ବୈଠକ ଭୁବେନଶ୍ୱରରେ ହୋଇଛି। ଏଥିରେ କମିଶନରେଟ ପୋଲିସ୍‌, ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଓ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ କର୍ମକର୍ତ୍ତାମାନ ଯୋଗଦେଇଥିଲେ। ବୈଠକରେ ବାରବାଟୀ ଗ୍ୟାଲେରୀର ସିଟ୍ ସଂଖ୍ୟା ୪୫୦୦୦ରୁ ୪୧୦୦୦କୁ ହ୍ରାସ କରାଯିବା ସହିତ ଅଧିକ ସିସିଟିଭି ଲଗାଯିବା ଓ ଟିକେଟ ଗୁଡ଼ିକ ନମ୍ବରିଂ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବାରବାଟୀ ଷ୍ଟାଡିୟମରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ଟି-ଟ୍ୱେଣ୍ଟି ମ୍ୟାଛ୍‌ରେ ଭାରତର ଖରାପ ପ୍ରଦର୍ଶନରେ ହତୋତ୍ସାହିତ ହୋଇ କିଛି ଦର୍ଶକ ଖେଳାଳିଙ୍କ ଉପରକୁ ବୋତଲ ଫିଙ୍ଗିଥିଲେ। ଏହାକୁ ନେଇ ବାରବାଟୀ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିଲା। ଏହି ଘଟଣା ପରେ ବାରବାଟୀ ଆଉ ମ୍ୟାଚ୍‌ ଆୟୋଜନର ସୁଯୋଗ ପାଇବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଥିଲା। ତେବେ ଆସନ୍ତା ବର୍ଷ ଜାନୁଆରୀରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ହେଉଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।

Related story