କଟକ: ବାରବାଟୀ ଷ୍ଟାଡିୟମରେ ବୋତଲ ଫିଙ୍ଗା ଘଟଣା ନେଇ ଆଜି ଓସିଏ କର୍ତ୍ତୃପକ୍ଷ ଓ କମିଶନରେଟ୍ ପୋଲିସ୍ ମଧ୍ୟରେ ବୈଠକ ବସି ଆଲୋଚନା ହୋଇଛି। ବୋତଲ ଫିଙ୍ଗା ଘଟଣା ପରେ ଗୃହ ସଚିବ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଓସିଏ କର୍ତ୍ତୃପକ୍ଷଙ୍କୁ କେତେକ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ବାରବାଟୀ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ ନେବାକୁ ମନା କରାଯାଇଛି।
ଏହାସହ ସମସ୍ତ ଗ୍ୟାଲେରୀ ଓ ବସିବା ସ୍ଥାନ ନିକଟରେ ଦର୍ଶକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବନ୍ଦୋବସ୍ତ କରାଯିବ। ପଡ଼ିଆ ପାଖରେ ତାରଜାଲିକୁ ଅଧିକ ଉଚ୍ଚ କରାଯିବ। ଏହାଦ୍ୱାରା ଦର୍ଶକ କୌଣସି ଜିନିଷ ଫୋପାଡ଼ିଲେ ତାହା ପଡ଼ିଆ ମଧ୍ୟକୁ ଯାଇ ପାରିବ ନାହିଁ। ସେହିପରି କ୍ରିକେଟ ମ୍ୟାଚ୍ ବେଳେ ସମସ୍ତ ସିଟକୁ ନମ୍ୱରିଂ କରାଯିବ ଓ ଟିକେଟରେ ସିଟ୍ ନମ୍ୱର ଉଲ୍ଲେଖ ରହିବ। ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓସିଏ କର୍ମକର୍ତ୍ତାଙ୍କ ସହ କଟକ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।