ବାରବାଟୀ ଟି-୨୦ କାଉଣ୍ଟ ଡାଉନ୍ ଆରମ୍ଭ : ଆସନ୍ତକାଲି ଷ୍ଟେଟବ୍ୟାଙ୍କ ଓ ଓସିଏ ଅନୁବନ୍ଧିତ ଅନୁଷ୍ଠାନ ପକ୍ଷରୁ ଟିକେଟ୍ ବିକ୍ରି

କଟକ: ଆସନ୍ତା ୫ ତାରିଖରେ ବାରବାଟୀରେ ପ୍ରଥମ‌ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆସନ୍ତାକାଲିଠୁ ଟିକେଟ ବିକ୍ରି ଆରମ୍ଭ ହେବ।  ଷ୍ଟେଟବ୍ୟାଙ୍କ ଦ୍ୱାରା ଓସିଏ କନଫରେନସ ହଲରେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ ସହ ବିସିସିଆଇ ଅନୁମୋଦିତ ୟୁନିଟଗୁଡ଼ିକ ୧୩ ହଜାର ଟିକେଟ ବିକ୍ରି କରିବେ। ତେବେ ସାଧାରଣ ଦର୍ଶକମାନଙ୍କ ପାଇଁ ଆସନ୍ତା ୧ ତାରିଖ ଓ ୩ ତାରିଖରେ ବାରବାଟୀର ୩ଟି କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ବର୍ତ୍ତମାନ ସୁଦ୍ଧା ଅନଲାଇନରେ […]

cuttack

Rakesh Mallick
  • Published: Monday, 28 September 2015
  • , Updated: 29 September 2015, 03:02 AM IST

କଟକ: ଆସନ୍ତା ୫ ତାରିଖରେ ବାରବାଟୀରେ ପ୍ରଥମ‌ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆସନ୍ତାକାଲିଠୁ ଟିକେଟ ବିକ୍ରି ଆରମ୍ଭ ହେବ।  ଷ୍ଟେଟବ୍ୟାଙ୍କ ଦ୍ୱାରା ଓସିଏ କନଫରେନସ ହଲରେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ ସହ ବିସିସିଆଇ ଅନୁମୋଦିତ ୟୁନିଟଗୁଡ଼ିକ ୧୩ ହଜାର ଟିକେଟ ବିକ୍ରି କରିବେ। ତେବେ ସାଧାରଣ ଦର୍ଶକମାନଙ୍କ ପାଇଁ ଆସନ୍ତା ୧ ତାରିଖ ଓ ୩ ତାରିଖରେ ବାରବାଟୀର ୩ଟି କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ବର୍ତ୍ତମାନ ସୁଦ୍ଧା ଅନଲାଇନରେ ୬ ହଜାରୁ ଅଧିକ ଟିକେଟ ବିକ୍ରି ସରିଥିବା ସୂଚନା ମିଳିଛି। ମ୍ୟାଚ୍ ପାଇଁ ପିଚରୁ ଆଉଟଫିଲଡ୍ ସମସ୍ତ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀମାନେ ପିଚକୁ ଜଗି ରହିଛନ୍ତି।

Related story