ବାରବାଟୀରେ ଶ୍ରୀଲଙ୍କା ଟି-୨୦: ଆସନ୍ତାକାଲିଠାରୁ ୱେବସାଇଟ୍‌ରେ ମିଳିବ ଟିକେଟ

କଟକ (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୦ ତାରିଖରେ କଟକ ବାରବାଟୀରେ ହେବ ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉଛି। ଖେଳ ପ୍ରେମୀମାନେ ୱେବସାଇଟ୍‌ get2thegames.com ରେ ଟିକେଟ୍ ବୁକିଂ କରିପାରିବେ। ଡିସେମ୍ବର ୧୪ ଓ ୧୫ ତାରିଖରେ ଓସିଏ, ବିସିସିଆଇ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜଗୁଡିକ ପାଇଁ ଟିକେଟ୍ ବିକ୍ରି କରାଯିବ।  ଆସନ୍ତା ୧୬ ଓ ୧୭ ତାରିଖରେ ବାରବାଟୀରେ ୩ଟି କାଉଣ୍ଟରରେ […]

barabatu

barabatu

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 10:12 PM IST

କଟକ (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୦ ତାରିଖରେ କଟକ ବାରବାଟୀରେ ହେବ ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉଛି। ଖେଳ ପ୍ରେମୀମାନେ ୱେବସାଇଟ୍‌ get2thegames.com ରେ ଟିକେଟ୍ ବୁକିଂ କରିପାରିବେ।

ଡିସେମ୍ବର ୧୪ ଓ ୧୫ ତାରିଖରେ ଓସିଏ, ବିସିସିଆଇ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜଗୁଡିକ ପାଇଁ ଟିକେଟ୍ ବିକ୍ରି କରାଯିବ।  ଆସନ୍ତା ୧୬ ଓ ୧୭ ତାରିଖରେ ବାରବାଟୀରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ନିମନ୍ତେ ଟିକେଟ୍ ବିକ୍ରି କରାଯିବ। ୧ ଓ ୩ ନମ୍ବର ଗ୍ୟାଲେରୀର ଟକଟ ମୂଲ୍ୟ ୬୦୦ ଟଙ୍କା ଏବଂ  ୨ ଓ ୪ ନମ୍ବର ଗ୍ୟାଲେରୀ ମୂଲ୍ୟ ୫୦୦ ଟଙ୍କା ରହିଛି। ସେହିପରି ୬ ଓ ୭ ନମ୍ବର ଗ୍ୟାଲେରୀର ଟିକଟ୍‌ ମୂଲ୍ୟ ୪୦୦ ଟଙ୍କା ଓ ସ୍ପେଶାଲ ଏନ୍‌କ୍ଲୋଜର ୩୦୦୦, ନ୍ୟୁ ପ୍ୟାଭିଲିୟନ ଓ ଏସି ବକ୍ସ ପାଇଁ ୫୦୦୦ ଏବଂ କର୍ପୋରେଟ୍ ବକ୍ସର ମୂଲ୍ୟ ୮୦୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos