ରାଜକୋଟ, ଭାଇଜାଗ, ପୁନେ, ଧର୍ମଶାଳା, ରାଞ୍ଚି ଓ ଇନ୍ଦୋର ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ସୁଯୋଗ ପାଇଥିବା ବେଳେ ଆଗାମୀ ସିଜିନ୍ରେ ମୋଟ ୧୩ଟି ଟେଷ୍ଟ୍ ମ୍ୟାଚ୍, ୮ଟି ଦିନିକିଆ ଓ ତିନିଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳାଯିବ।
ଭାରତ ତା’ର ଘରୋଇ ସିଜିନ୍ ଆରମ୍ଭ କରିବ ନ୍ୟୁଜିଲାଣ୍ଡ ବିପକ୍ଷରେ ଆସନ୍ତା ସେପ୍ଟେମ୍ବର ମାସରେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ୩ଟି ଟେଷ୍ଟ୍ ମ୍ୟାଚ୍ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିବ। ଇନ୍ଦୋର, କାନପୁର ଓ କୋଲକାତାରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଧର୍ମଶାଳା, ଦିଲ୍ଲୀ, ମୋହାଲି, ରାଞ୍ଚି ଓ ଭାଇଜାଗରେ ଦିନିକିଆ ମ୍ୟାଚ୍ ଗୁଡ଼ିକ ଖେଳାଯିବ।
ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବ। ଏହି ସମୟରେ ୫ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବ। ମୋହାଲି, ରାଜକୋଟ, ମୁମ୍ବାଇ, ଭାଇଜାଗ୍ ଓ ଚେନ୍ନାଇରେ ଟେଷ୍ଟ୍ ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ପୁନେରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ କଟକରେ ଦ୍ୱିତୀୟ ଓ କୋଲକାତାରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳା ଯିବ। ବେଙ୍ଗାଲୁରୁ, ନାଗପୁର ଓ କାନପୁରରେ ଯଥାକ୍ରମେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।
ଇଂଲଣ୍ଡ ପରେ ୨୦୧୭ ଫେବୃଆରୀ-ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ। ଅଷ୍ଟ୍ରେଲିଆ ଭାରତ ସହିତ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। ବେଙ୍ଗାଲୁରୁ, ଧର୍ମଶାଳା, ରାଞ୍ଚି ଓ ପୁନେରେ ଏହି ମ୍ୟାଚ୍ ଗୁଡ଼ିକ ଖେଳାଯିବ।