ଜାମସେଦପୁର କୋର୍ଟରେ ପିଲାଦିନର ବାନ୍ଧବୀଙ୍କୁ ବିବାହ କଲେ ଆରୋନ୍

ଜାମସେଦପୁର: ଟିମ ଇଣ୍ଡିଆର ସ୍ପିଡ୍ ଷ୍ଟାର ବରୁନ ଆରୋନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ସେ ଜାମସେଦପୁର କୋର୍ଟରେ ସ୍କୁଲମେଟ୍ ରାଗିଣୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସେ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ବିଦ୍ଧିବଧ ଭାବେ ବିବାହ କରିବେ। ଲୟଲା ସ୍କୁଲରେ ଆରୋନ ଓ ରାଗିଣୀ ସାଙ୍ଗ ହୋଇ ପାଠ ପଢୁଥିଲା ବେଳେ ଘନିଷ୍ଠ ସାଙ୍ଗ ଥିଲେ। ଏହି ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ସେମାନେ ମନସ୍ଥ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ରୋହିତ ଓ […]

varun-aaron-ragini

varun-aaron-ragini

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 12:40 PM IST

Sports

Latest News

ଜାମସେଦପୁର: ଟିମ ଇଣ୍ଡିଆର ସ୍ପିଡ୍ ଷ୍ଟାର ବରୁନ ଆରୋନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ସେ ଜାମସେଦପୁର କୋର୍ଟରେ ସ୍କୁଲମେଟ୍ ରାଗିଣୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସେ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ବିଦ୍ଧିବଧ ଭାବେ ବିବାହ କରିବେ।

ଲୟଲା ସ୍କୁଲରେ ଆରୋନ ଓ ରାଗିଣୀ ସାଙ୍ଗ ହୋଇ ପାଠ ପଢୁଥିଲା ବେଳେ ଘନିଷ୍ଠ ସାଙ୍ଗ ଥିଲେ। ଏହି ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ସେମାନେ ମନସ୍ଥ କରିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ରୋହିତ ଓ ହଜରଭଜନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅନ୍ୟପକ୍ଷରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂଙ୍କର ନଭେମ୍ବରରେ ବଲିଉଡ୍ ମଡେଲ୍ ହେଜଲ କେଚଙ୍କ ସହ ଏନଗେଜମେଣ୍ଟ ହୋଇଛି। ସେ ଫେବ୍ରୁଆରୀ ଶେଷ ସପ୍ତାହରେ ବିବାହ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos