ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର ସେମି ଫାଇନାଲରେ ସାଇନା

ଉହାନ: ଚୀନର ଉହାନରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ବ୍ୟାଡ୍‌ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍। ସେ ଆଜି କ୍ୱାର୍ଟର ଫାଇନାଲ୍‌ରେ ଚୀନର ସିଜିଆନ୍ ୱାଙ୍ଗଙ୍କୁ ୨୧-୧୬, ୨୧-୧୯ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୫୬ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ଜାପାନର ନୋଜୋମୀ ଓକୁହାରା ଓ ଚୀନର ୟିହାନ ୱାଙ୍ଗଙ୍କ ମଧ୍ୟରୁ ଯିଏ ଜିତିବ ସେ ସେମି ଫାଇନାଲ୍‌ରେ ସାଇନାଙ୍କୁ ଭେଟିବ। ଗତକାଲି […]

saina

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 11:11 AM IST

ଉହାନ: ଚୀନର ଉହାନରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ବ୍ୟାଡ୍‌ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍। ସେ ଆଜି କ୍ୱାର୍ଟର ଫାଇନାଲ୍‌ରେ ଚୀନର ସିଜିଆନ୍ ୱାଙ୍ଗଙ୍କୁ ୨୧-୧୬, ୨୧-୧୯ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୫୬ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

ଜାପାନର ନୋଜୋମୀ ଓକୁହାରା ଓ ଚୀନର ୟିହାନ ୱାଙ୍ଗଙ୍କ ମଧ୍ୟରୁ ଯିଏ ଜିତିବ ସେ ସେମି ଫାଇନାଲ୍‌ରେ ସାଇନାଙ୍କୁ ଭେଟିବ।

ଗତକାଲି ସାଇନା ଦ୍ୱିତୀୟ ରାଉଣ୍ଡରେ ଥାଇଲାଣ୍ଡର ନିଚାଓନ ଜିନ୍ଦାପୋଲଙ୍କୁ ୨୧-୧୪, ୨୧-୧୮ରେ ହରାଇ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ।  ଏହା ସହିତ ସାଇନା ନିଚାଓନଙ୍କୁ ୭ ସପ୍ତମ ଥର ପାଇଁ ହରାଇଥିଲେ। ଦୁହେଁ ପରସ୍ପରକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଏଯାବତ ୭ ଥର ଭେଟି ଥିବା ବେଳେ ସବୁ ବାଜି ମାରି ନେଇଛନ୍ତି ସାଇନା।

Related story