ଭୁବନେଶ୍ୱର: ପେସ୍ ବୋଲର ବସନ୍ତ ମହାନ୍ତି ହାସଲ କରିଛନ୍ତି ହ୍ୟାଟ୍ରିକ୍। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚର ଅନ୍ତିମ ଦିନରେ ସୋମବାର ଏହି ସଫଳତା ହାସଲ କରିଛନ୍ତି ବସନ୍ତ । ଦିଲ୍ଲୀର ଦ୍ୱିତୀୟ ଇନିଂସର ୩୦ତମ ଓଭରର ପ୍ରଥମ ୩ଟି ବଲରେ ପୁନିତ ବିଷ୍ଟ, ସୁବୋଧ ଭଟି ଏବଂ ପୁଲକିତ ନାରଙ୍ଗଙ୍କୁ ଆଉଟ୍ କରିଥିଲେ ବସନ୍ତ । ରଣଜୀ ଟ୍ରଫିରେ ହ୍ୟାଟ୍ରିକ୍ ନେବାରେ ବସନ୍ତ ତୃତୀୟ ଓଡିଆ ବୋଲର । ପୂର୍ବରୁ ୧୯୮୭-୮୮ରେ ସୌରଜିତ ମହାପାତ୍ର ତ୍ରିପୁରା ବିପକ୍ଷରେ ଏବଂ ୨୦୦୧-୦୨ରେ ଅଜୟ ବାରିକ ଆସାମ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ।
ଏହି ମ୍ୟାଚ୍ ଡ୍ର ହୋଇ ଯାଇଛି। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦିଲ୍ଲୀ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶା ୧ ପଏଣ୍ଟ ପାଇଛି। ଦିଲ୍ଲୀ ପ୍ରଥମ ଓ ଦ୍ୱିତୀୟ ଇନିଂସରେ ଯଥାକ୍ରମେ ୩୧୧ ଓ ୧୯୩/୯ ରନ୍ କରିଥିଲା। ଓଡ଼ିଶା ପ୍ରଥମ ଇନିଂସରେ ୨୧୭ ରନରେ ଅଲ୍ ଆଉଟ୍ ହୋଇଯାଇଛି। ଦ୍ୱିତୀୟ ଇନିଂସରେ ଦଳ ମ୍ୟାଚ୍ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୮୮ ରନ୍ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।