ଆଇପିଏଲ୍‌ର ବେସ୍ ପ୍ରାଇସ୍‌ କାହାର କେତେ ?: ଏହି ଭାରତୀୟ ଏବେବି ନିଜକୁ ଦାମୀ କ୍ରିକେଟର୍‌ ବୋଲି ଭାବନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ସବୁଠୁ ବଡ଼ ମହାକୁମ୍ଭ ଆଇପିଏଲ ପାଇଁ ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ମୋଟ ୧୧୨୨ ଖେଳାଳି ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ। ଏହି ନିଲାମୀରେ ବିଶ୍ୱର ଅନେକ ନାମିଦାମୀ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିବ। ସମସ୍ତ ଫ୍ରାଇଞ୍ଚାଇଜକୁ ଏହି ୧୧୨୨ ଖେଳାଳିଙ୍କ ଲିଷ୍ଟ ଦିଆଯାଇଛି। ଆଇପିଏଲର ଖେଳାଳିଙ୍କ ନିଲାମୀ ପାଇଁ ୪ଟି ପ୍ରକାରର ବେସ୍‌ ପ୍ରାଇସ୍‌ ରହିଛି। ଯେଉଁଥିରେ ରହିଛି ୫୦ ଲକ୍ଷ, ୧ କୋଟି, […]

hqdefault (1)

hqdefault (1)

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 11:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ର ସବୁଠୁ ବଡ଼ ମହାକୁମ୍ଭ ଆଇପିଏଲ ପାଇଁ ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ମୋଟ ୧୧୨୨ ଖେଳାଳି ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ। ଏହି ନିଲାମୀରେ ବିଶ୍ୱର ଅନେକ ନାମିଦାମୀ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିବ। ସମସ୍ତ ଫ୍ରାଇଞ୍ଚାଇଜକୁ ଏହି ୧୧୨୨ ଖେଳାଳିଙ୍କ ଲିଷ୍ଟ ଦିଆଯାଇଛି।

ଆଇପିଏଲର ଖେଳାଳିଙ୍କ ନିଲାମୀ ପାଇଁ ୪ଟି ପ୍ରକାରର ବେସ୍‌ ପ୍ରାଇସ୍‌ ରହିଛି। ଯେଉଁଥିରେ ରହିଛି ୫୦ ଲକ୍ଷ, ୧ କୋଟି, ୧.୫ କୋଟି ଓ ୨କୋଟି ବେସ୍‌ ପ୍ରାଇସ୍‌। ଭାରତର ଅନେକ କ୍ରିକେଟର୍‌ଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି। ଯେଉଁଥିରେ ଗୌତମ ଗମ୍ଭୀର, ହରଭଜନ ସିଂ,ଯୁବରାଜ ସିଂ ପ୍ରମୁଖ ସାମିଲ।

ଗମ୍ଭୀର ଆଇପିଏଲ ଆରମ୍ଭରୁ ଦିଲ୍ଲୀ ଡେୟାରଡେଭିଲ୍ସ୍‌ ଦଳରୁ ଖେଳିଥିବା ବେଳେ ପରେ କେକେଆର୍‌ ଦଳ ପକ୍ଷକୁ ଖେଳିଆସୁଥିଲେ। ଏଥର କେକେଆର୍‌ ତାଙ୍କୁ ରେଟେନ୍‌ କରିନଥିବାରୁ ସେ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ।

ଅନ୍ୟପଟେ ହରଭଜନ ସିଂ ଆଇପିଏଲ ଆରମ୍ଭରୁ ଗୋଟିଏ ଟିମ୍‌ ପକ୍ଷରୁ ଖେଳିଆସୁଥିଲେ। ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଆଇପିଏଲ ଆରମ୍ଭରୁ ୧୦ ସିଜିନ ପର୍ଯ୍ୟନ୍ତ ଖେଳିଆସିଛନ୍ତି। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଏଥର ରିଟେନ୍‌ କରିନାହିଁ । ତେଣୁ ସେ ଆଇପିଏଲ ନିଲାମୀରେ ଭାଗ ନେବେ।

ଆଇପିଏଲର ଗତ ୧୦ ସିଜିନ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଯୁବରାଜଙ୍କ ରାଜ ଚାଲିଥିଲା। ଏଥର ତାଙ୍କୁ ହାଇଦ୍ରାବଦ ରିଟେନ୍‌ ନ କରିବାରୁ ସେ ଏଥର ନିଲାମୀ ପ୍ରକ୍ରିୟାକୁ ଯିବେ। ତାଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି। ଏଥର ଆଇପିଏଲ ପାଇଁ ଯୁବରାଜଙ୍କୁ ନେଇ ଚର୍ଚ୍ଚା ଜୋର ହୋଇଛି। ଯୁବିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ଅଧିକ ଦାମ ଦେଇ କିଣିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଜଣାପଡ଼ିଛି। ଏହାସହ କ୍ରିସ୍‌ ଗେଲ୍‌, ବ୍ରାଭୋ,ପୋଲାର୍ଡ ଓ ଭାରତୀୟ ସ୍ପିନର ଚହଲଙ୍କ ବେସ୍‌ ପ୍ରାଇସ୍‌ ମଧ୍ୟ ୨ କୋଟି ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos