ହକି ୱାର୍ଲ୍ଡ ଲିଗ୍‌: ଆଜି ଭାରତ-ବେଲଜିୟମ୍ ମୁକାବିଲା

ଭୁବନେଶ୍ୱର: ହକି ୱାର୍ଲ୍ଡ ଲିଗର କ୍ୱାର୍ଟର ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବେଲଜିୟମ୍। ଭାରତ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୩ଟି ମ୍ୟାଚରୁ ୨ଟିରେ ପରାସ୍ତ ହୋଇଛି ଓ ଗୋଟିଏ ମ୍ୟାଚ ଡ୍ର ରଖିଛି।

ଅନ୍ୟପକ୍ଷରେ ବେଲଜିୟମ୍ ଖେଳିଥିବା ସମସ୍ତ ୩ଟି ଯାକ ମ୍ୟାଚ ଜିତି ପୁଲ୍ ‘ଏ’ରେ ଟପରେ ରହିଛି। ତେବେ ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତ ବେଲଜିୟମକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚରେ ଯେଉଁ ଟିମ୍ ଜିତିବ, ସିଧାସଳଖ ସେମିଫାଇନାଲକୁ ଯିବ।