- Videos
- National
- ଶାନ୍ତି ଓ ବନ୍ଧୁତ୍ୱ ପାଇଁ କଟକରୁ କାଠମାଣ୍ଡୁ ସାଇକେଲ୍ରେ ଯାତ୍ରା କରି ଇତିହାସ ସୃଷ୍ଟି କଲା BCAC
ଶାନ୍ତି ଓ ବନ୍ଧୁତ୍ୱ ପାଇଁ କଟକରୁ କାଠମାଣ୍ଡୁ ସାଇକେଲ୍ରେ ଯାତ୍ରା କରି ଇତିହାସ ସୃଷ୍ଟି କଲା BCAC
- Published: Tuesday, 24 October 2017
- , Updated: 24 October 2017, 09:29 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ କଟକରୁ କାଠମାଣ୍ଡୁ ସାଇକେଲରେ ଯାତ୍ରା କରି ଇତିହାସ ସୃଷ୍ଟି କରିଛି ଭୁବନେଶ୍ୱର ସାଇକେଲିଂ ଏଣ୍ଡ ଆଡ୍‌ଭେଞ୍ଚର୍‌ କ୍ଲବ। ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତାନେଇ <strong>BCAC</strong> ସାଇକେଲରେ କାଠମାଣ୍ଡୁ ଯାତ୍ରା କରିଥିଲା। ଭୁବନେଶ୍ୱର ସାଇକେଲିଂ ଏଣ୍ଡ ଆଡ୍‌ଭେଞ୍ଚର୍‌ କ୍ଲବର ୮ଜଣ ସଦସ୍ୟ ନଦୀ, ନାଳ, ପାହଡ଼, ଜଙ୍ଗଲ ପାର କରି କାଠମାଣ୍ଡୁରେ ପହଞ୍ଚିଥିଲେ। ଏହି ଯାତ୍ରାରେ ସେମାନେ ୧୫୦୨ କିମି ରାସ୍ତା ପାରକରିଥିଲେ। ମାତ୍ର ୧୦ ଦିନ ମଧ୍ୟରେ ଏହି ୮ଜଣ ସାହାସୀ ସାଇକେଲ ଚାଳକ ଏତବଡ଼ ଲକ୍ଷ୍ୟସ୍ଥଳକୁ ପାର କରିଥିଲେ।</p>
<p>ଏହି ଯାତ୍ରା ସମୟରେ ସେମାନେ ଅନେକ ବାଧା ବିଘ୍ନର ସମ୍ମୁଖିନ ହୋଇଛନ୍ତି। ତଥାବି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏହି ସମସ୍ତ କଷ୍ଟକୁ ସହ୍ୟ କରିଛନ୍ତି ଏହି ସାହାସୀ ସାଇକେଲ ଚାଳକ। ପ୍ରଥମେ କଟକରୁ ବାହାରି ଏହି ୮ ଜଣିଆ ଟିମ୍‌ ଅନୁଗୁଳୁ, ସମ୍ବଲପୁର ରାସ୍ତା ହୋଇ ଛତିଶଗଡ଼ରେ ପହଞ୍ଚିଥିଲା। ଏହାପରେ ପାହଡ଼ ଓ ଜଙ୍ଗଲ ରାସ୍ତାରେ ଏହି ଟିମ ପହଞ୍ଚିଥିଲା ୟୁପିରେ। ୟୁପିରେ ଏହି ଟିମ୍‌ ବାରଣାସୀ ସହର ସହ ଆଜମଗଡ଼, ଗୋରଖପୁର, ସନୋଲି ଦେଇ ଇଣ୍ଡୋ-ନେପାଳ ବୋର୍ଡରେ ପହଞ୍ଚିଥିଲା। ପରେ ନେପାଳର ଭରତପୁର ଓ ଗଜୁରୀ ରାସ୍ତା ଦେଇ ଶେଷରେ କାଠମାଣ୍ଡୁରେ ପହଞ୍ଚିଥିଲା ଏହି ଦଳ।</p>