ଡିଆର୍‌ଏସ୍‌କୁ ବିସିସିଆଇର ସବୁଜ ସଂକେତ

ନୂଆଦିଲ୍ଲୀ: ଡିସିସନ୍ ରିଭ୍ୟୁ ସିଷ୍ଟମ୍(ଡିଆର୍‌ଏସ୍‌)କୁ ବିରୋଧ କରି ଆସୁଥିବା ବିସିସିଆଇ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଆଜି ସମ୍ମତି ପ୍ରକାଶ କରିଛି। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି,“ଆସନ୍ତା ନଭେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ରେ ବିସିସିଆଇ ଡିଆର୍‌ଏସ୍‌କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥାରେ ହୋଇଥିବା ଉନ୍ନତିକୁ ପରଖିବା […]

anurag

Rakesh Mallick
  • Published: Friday, 21 October 2016
  • , Updated: 21 October 2016, 02:03 PM IST

ନୂଆଦିଲ୍ଲୀ: ଡିସିସନ୍ ରିଭ୍ୟୁ ସିଷ୍ଟମ୍(ଡିଆର୍‌ଏସ୍‌)କୁ ବିରୋଧ କରି ଆସୁଥିବା ବିସିସିଆଇ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଆଜି ସମ୍ମତି ପ୍ରକାଶ କରିଛି।

ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି,“ଆସନ୍ତା ନଭେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ରେ ବିସିସିଆଇ ଡିଆର୍‌ଏସ୍‌କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥାରେ ହୋଇଥିବା ଉନ୍ନତିକୁ ପରଖିବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି।”

ଦୀର୍ଘ ଦିନ ହେଲାଣି ବିସିସିଆଇ ଓ ଭାରତର ଦିନିକିଆ ଟିମ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଡିଆର୍‌ଏସ୍‌କୁ ବିରୋଧ କରି ଆସୁଛନ୍ତି। ତେବେ ଟେଷ୍ଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଓ କୋଚ୍ ଅନୀଲ କୁମ୍ବଲେ ଡିଆର୍‌ଏସ୍‌କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବା ପାଇଁ ଖୋଲାଖୋଲି ଭାବେ ମତ ପ୍ରକାଶ କରିଥିଲେ।

ଡିଆର୍‌ଏସ୍‌ର ଉପଯୋଗ ଥାଇ ଶେଷ ଥର ପାଇଁ ଭାରତ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍‌ ଖେଳିଥିଲା।

Related story