ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ମିତାଲୀ ରାଜଙ୍କ ଅବନତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଗୁରୁବାର ମହିଳା କ୍ରିକେଟରଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି । ଏଥିରେ ଭେଟେରାନ୍ କ୍ରିକେଟର୍ ମିତାଲୀ ରାଜ୍ ଗ୍ରେଡ-ଏ’ରୁ ଗ୍ରେଡ’କୁ ଅବନତି ହୋଇଛନ୍ତି। ସେହିପରି ନିଜର ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମହିଳା କ୍ରିକେଟରେ ନୂଆ ରୋମାଞ୍ଚ ସୃଷ୍ଟି କରିଥିବା ୧୫ ବର୍ଷୀୟା ଶେଫାଳି ବର୍ମାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ କରାଯାଇଛି। ବିସିସିଆଇର ଏହି ତାଲିକାରେ ତିନୋଟି ବର୍ଗ ରହିଛି। ଯେଉଁଥିରେ ଗ୍ରେଡ୍‌-ଏ’ରେ ହରମନପ୍ରୀତ କୌର, ସ୍ମୃତି […]

raj

raj

Ranjit Kumar Jena
  • Published: Thursday, 16 January 2020
  • Updated: 16 January 2020, 09:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଗୁରୁବାର ମହିଳା କ୍ରିକେଟରଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି । ଏଥିରେ ଭେଟେରାନ୍ କ୍ରିକେଟର୍ ମିତାଲୀ ରାଜ୍ ଗ୍ରେଡ-ଏ'ରୁ ଗ୍ରେଡ'କୁ ଅବନତି ହୋଇଛନ୍ତି। ସେହିପରି ନିଜର ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମହିଳା କ୍ରିକେଟରେ ନୂଆ ରୋମାଞ୍ଚ ସୃଷ୍ଟି କରିଥିବା ୧୫ ବର୍ଷୀୟା ଶେଫାଳି ବର୍ମାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ କରାଯାଇଛି।

ବିସିସିଆଇର ଏହି ତାଲିକାରେ ତିନୋଟି ବର୍ଗ ରହିଛି। ଯେଉଁଥିରେ ଗ୍ରେଡ୍‌-ଏ'ରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ପୁନମ ଯାଦବଙ୍କୁ ସ୍ଥାନ ମିଳିଛି। ଏହି ତିନି କ୍ରିକେଟର ବାର୍ଷିକ ୫୦ଲକ୍ଷ ଟଙ୍କା ପାଇବେ। ଗ୍ରେଡ୍‌-ବି'ରେ ସ୍ଥାନ ପାଇଥିବା ଖେଳାଳି ୩୦ ଲକ୍ଷ ଏବଂ ଗ୍ରେଡ୍‌-ସି ଖେଳାଳିଙ୍କ ପାଇଁ ୧୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଚଳିତମାସ ଶେଷଭାଗରେ ୧୬ ବର୍ଷରେ ପଦାର୍ପଣ କରିବାକୁ ଥିବା ଶେଫାଳି ଗତବର୍ଷ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।

ସେ ଏପର୍ଯ୍ୟନ୍ତ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨ଟି ଅର୍ଦ୍ଧଶତକ ସହ ୨୨୨ ରନ୍ କରିଛନ୍ତି। ଶେଫାଳିଙ୍କ ବ୍ୟତୀତ ହର୍ଲୀନ୍ ଦେଓଲ ଓ ପ୍ରିୟା ପୁନିଆଙ୍କୁ ମଧ୍ୟ ଗ୍ରେଡ୍‌-ସି'ରେ ରଖାଯାଇଛି। ମିତାଲୀଙ୍କ ବ୍ୟତୀତ ଅଭିଜ୍ଞ ପେସ୍ ବୋଲର ଝୁଲନ୍ ଗୋସ୍ୱାମୀଙ୍କୁ ଗ୍ରେଡ୍‌-ବି'ରେ ରଖାଯାଇଛି। ୱିକେଟକିପର ତାନିଆ ଭାଟିଆ ଏବଂ ଲେଗ୍ ସ୍ପିନର୍ ରାଧା ଯାଦବ ନିଜର ଭଲ ପ୍ରଦର୍ଶନ କାରଣରୁ ଗ୍ରେଡ୍‌-ବି'ରେ ସ୍ଥାନ ହାସଲ କରିଛନ୍ତି।

ଚୁକ୍ତି ପ୍ରାପ୍ତ ଖେଳାଳି
ଗ୍ରେଡ୍‌-ଏ: ହରମନପ୍ରୀତ କୌର୍‌, ସ୍ମୃତି ମନ୍ଦାନା, ପୁନମ ଯାଦବ।
ଗ୍ରେଡ୍‌-ବି: ମିତାଲୀ ରାଜ, ଝୁଲନ୍ ଗୋସ୍ୱାମୀ, ଏକତା ବିଷ୍ଟ, ରାଧା ଯାଦବ, ତାନିଆ ଭାଟିଆ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା।
ଗ୍ରେଡ୍‌-ସି: ବେଦା କ୍ରିଷ୍ଣମୂର୍ତ୍ତୀ, ପୁନମ ରାଉତ, ଅନୁଜା ପାଟିଲ, ମାନଦୀ ଯୋଶୀ, ଦୟାଲାନ୍ ହେମଲତା, ଅରୁନ୍ଧତୀ ରେଡ୍ଡି, ରାଜେଶ୍ୱରୀ ଗାଏକ୍ୱାଡ୍‌, ପୂଜା ବସ୍ତ୍ରାକର, ହର୍ଲୀନ୍ ଦେଓଲ, ପ୍ରିୟା ପୁନିଆ, ଶେଫାଳି ବର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos