ଆସନ୍ତାକାଲିଠାରୁ ଧର୍ମଶାଳାରେ ବିସିସିଆଇର ବାର୍ଷିକ କ୍ରିକେଟ କନ୍‌କ୍ଲେଭ୍‌

ଧର୍ମଶାଳା: ଧର୍ମଶାଳାରେ ଥିବା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଆସନ୍ତାକାଲି ବିସିସିଆଇର ପ୍ରଥମ ବାର୍ଷିକ କ୍ରିକେଟ କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଏହି କନ୍‌କ୍ଲେଭ୍‌ ଆସନ୍ତା ୨୪ ତାରିଖ ଯାଏ ଚାଲିବ। ଏହି ୪ ଦିନିଆ କନ୍‌କ୍ଲେଭ୍‌ରେ ବହୁ ପ୍ରସଙ୍ଗରେ ୱାର୍କସପ୍‌ ଓ ଆଲୋଚନା ହେବା ଆଶା କରାଯାଉଛି। ଏଥିରେ ସବୁ ରାଜ୍ୟ କ୍ରିକେଟ ସଂଘର ବରିଷ୍ଠ କର୍ମକର୍ତ୍ତା, କୋଚ୍‌ ଓ ଅଧିନାୟକ, ଆଇପିଏଲ୍‌ କାର୍ଯ୍ୟକାରିଣୀ ପରିଷଦର କର୍ମକର୍ତ୍ତା, ଜୁନିୟର କମିଟି ଓ ଆଫ୍ଲିଲିଏସନ କମିଟିର କର୍ମକର୍ତ୍ତା […]

dharamshala-cricket-stadium

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 06:51 PM IST

ଧର୍ମଶାଳା: ଧର୍ମଶାଳାରେ ଥିବା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଆସନ୍ତାକାଲି ବିସିସିଆଇର ପ୍ରଥମ ବାର୍ଷିକ କ୍ରିକେଟ କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଏହି କନ୍‌କ୍ଲେଭ୍‌ ଆସନ୍ତା ୨୪ ତାରିଖ ଯାଏ ଚାଲିବ।

ଏହି ୪ ଦିନିଆ କନ୍‌କ୍ଲେଭ୍‌ରେ ବହୁ ପ୍ରସଙ୍ଗରେ ୱାର୍କସପ୍‌ ଓ ଆଲୋଚନା ହେବା ଆଶା କରାଯାଉଛି। ଏଥିରେ ସବୁ ରାଜ୍ୟ କ୍ରିକେଟ ସଂଘର ବରିଷ୍ଠ କର୍ମକର୍ତ୍ତା, କୋଚ୍‌ ଓ ଅଧିନାୟକ, ଆଇପିଏଲ୍‌ କାର୍ଯ୍ୟକାରିଣୀ ପରିଷଦର କର୍ମକର୍ତ୍ତା, ଜୁନିୟର କମିଟି ଓ ଆଫ୍ଲିଲିଏସନ କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଭାରତରେ କ୍ରିକେଟର ଉନ୍ନତି ନେଇ ନିଜ ମତ ରଖିବେ।

ଏନେଇ ବିସିସିଆଇ ସଚିବ ଅଜୟ ସିରକେ କହିଛନ୍ତି,“କନ୍‌କ୍ଲେଭ୍‌ ପାଇଁ ନିର୍ଦ୍ଧାରିତ ସମୟ ଅତି ମୂଲ୍ୟବାନ୍‌।  ଏହି କନ୍‌କ୍ଲେଭ୍‌ରେ ବିଭିନ୍ନ ରାଜ୍ୟରେ ଥିବା କ୍ରିକେଟର ବିଭିନ୍ନ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରାୟାସ କରାଯିବ। ମତମତ ମିଳିବା ପରେ ବିସିସିଆଇ ପକ୍ଷରୁ ଦେଶରେ କ୍ରିକେଟର ଉନ୍ନତି ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।”

Related story