୨୦୨୪ ପର୍ଯ୍ୟନ୍ତ ବଢ଼ିପାରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ରବିବାର ନିଜ ପଦାଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ବିସିସିଆଇର ୮୮ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଆଧାରରେ ୯ ମାସ ପାଇଁ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଗାଙ୍ଗୁଲି କାର୍ଯ୍ୟକାଳ ବଢ଼ିପାରେ। ବୋର୍ଡର ଏଜିଏମରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ପ୍ରଶାସନରେ […]

ganguly

ganguly

Ranjit Kumar Jena
  • Published: Sunday, 01 December 2019
  • Updated: 01 December 2019, 08:41 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ରବିବାର ନିଜ ପଦାଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ବିସିସିଆଇର ୮୮ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଆଧାରରେ ୯ ମାସ ପାଇଁ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଗାଙ୍ଗୁଲି କାର୍ଯ୍ୟକାଳ ବଢ଼ିପାରେ।

ବୋର୍ଡର ଏଜିଏମରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ପ୍ରଶାସନରେ କୋହଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଏଥିପାଇଁ ସୁପ୍ରିମ୍ କୋର୍ଟଙ୍କ ଅନୁମତିର ଆବଶ୍ୟକ ରହିଛି। ୨୦୦୩ ବିଶ୍ୱକପର ଫାଇନାଲିଷ୍ଟ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରହିଥିବା ଗାଙ୍ଗୁଲିଙ୍କ ଅଧ୍ୟକ୍ଷ ହେବା ପ୍ରଥମଥର ପାଇଁ ଏଜିଏମ୍ ଆୟୋଜିତ କରାଯାଇଛି।

ବୋର୍ଡର ଜଣେ ଅଧିକାରୀ କହିଛନ୍ତି, ସମସ୍ତ ସଂଶୋଧିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ଏବଂ ଏବେ କେବଳ ସୁପ୍ରିମ୍ କୋର୍ଟଙ୍କ ସ୍ୱୀକୃତିକୁ ଅପେକ୍ଷା ରହିଲା। ବୋର୍ଡ ଶୀଘ୍ର ଏହି ସଂଶୋଧିତ ପ୍ରସ୍ତାବକୁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇବ। ଯଦି ସେଠାରୁ (ସୁପ୍ରିମକୋର୍ଟ) ସ୍ୱୀକୃତି ମିଳେ, ତାହେଲେ ଗାଙ୍ଗୁଲି ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ରହିବେ।

ବର୍ତ୍ତମାନ ସମ୍ବିଧାନ ଅନୁଯାୟୀ, ଯଦି କୌଣସି ପଦାଧିକାରୀ ବିସିସିଆଇ କିମ୍ବା ରାଜ୍ୟ ସଂଘରେ ତିନିବର୍ଷ ଧରି ନିଜର କାର୍ଯ୍ୟକାଳ ପୂରଣ କରନ୍ତି, ତାହେଲେ ତାଙ୍କ ଉପରେ ତିନିବର୍ଷର ବାଧ୍ୟତାମୂଳକ ବ୍ରେକ୍ ଲାଗିବ। ଗାଙ୍ଗୁଲି ଗତ ଅକ୍ଟୋବର ୨୩ ତାରିଖରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କୁ ଆସନ୍ତାବର୍ଷ ଜୁଲାଇରେ ଏହି ପଦବୀ ଛାଡ଼ିବାର ଥିଲା। କିନ୍ତୁ ଏବେ ସଂଶୋଧିତ ପ୍ରସ୍ତାବ ଲାଗୁ ହେବା ପରେ ସେ ଏହି ପଦବୀରେ ପୂରା ପାଞ୍ଚବର୍ଷ ରହିପାରିବେ।

ଏହା ସହ ବୈଠକରେ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ର ନିଯୁକ୍ତିକୁ ଟାଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଧିକାରୀ ଜଣକ କହିଛନ୍ତି, ଡିସେମ୍ବର ୩ ତାରିଖରେ ସୁପ୍ରିମ୍ କୋର୍ଟ ଶୁଣାଣି ପରେ ନିଯୁକ୍ତି କରାଯିବ। ନୂଆ ସମ୍ବିଧାନରେ ଦ୍ୱୈତ ସ୍ୱାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନିୟମ କାରଣରୁ ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଏବଂ ଗାଙ୍ଗୁଲି ସିଏସି ପଦବୀରୁ ଇସ୍ତଫା ଦେଇଥିଲେ। ଯାହା ପରେ କପିଲ୍ ଦେବ, ଶାନ୍ତା ରଙ୍ଗାସ୍ୱାମୀ ଏବଂ ଅଂଶୁମାନ ଗାଏକ୍ୱାଡଙ୍କୁ ନେଇ ଗଠିତ ସିଏସି ପୁରୁଷ ଟିମର ମୁଖ୍ୟ କୋଚ୍ ନିଯୁକ୍ତି କରିଥିଲେ। ପୁରୁଷ ଟିମର ମୁଖ୍ୟ କୋଚ୍ ଭାବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଚୟନ କମିଟିର ନିଯୁକ୍ତି ମଧ୍ୟ ସିଏସିର ବିଶେଷ ଅଧିକାର। ବୋର୍ଡ ଅନୁଯାୟୀ, ଭବିଷ୍ୟତରେ ସାମ୍ବଧାନିକ ସଂଶୋଧନ ଜଡ଼ିତ ମାମଲାରୁ କୋର୍ଟଙ୍କୁ ଦୂରେଇ ରଖାଯାଉ। ଅଧିକାରୀଙ୍କ ମତରେ, କୌଣସି ସଂଶୋଧନ ପାଇଁ ସୁପ୍ରିମକୋର୍ଟଙ୍କ ସ୍ୱୀକୃତି ନେବା ଅନିବାର୍ଯ୍ୟ ନୁହେଁ, କିନ୍ତୁ ବର୍ତ୍ତମାନ ସମ୍ବିଧାନ ଆଧାରରେ ଏହା କରିବା ନିହାତି ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story