ନୂଆ ଭେନ୍ୟୁରେ ଟେଷ୍ଟ ମ୍ୟାଚ୍‌ ପ୍ରସଙ୍ଗ: ୭ ଆସୋସିଏସନକୁ ବିସିସିଆଇ କାର୍ଯ୍ୟକାରିଣୀ ବୈଠକକୁ ଆମନ୍ତ୍ରଣ

ମୁମ୍ବାଇ: ଆସନ୍ତା କ୍ରୀଡା ସିଜିନ୍‌ରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ କିପରି ଅଧିକ ଲୋକାଦ୍ରୁତ ହେବ ସେନେଇ ୭ଟି ଆସୋସିଏସନକୁ ଧର୍ମଶାଳାରେ ଆସନ୍ତା ୨୭ରେ ହେବାକୁ ଥିବା ବିସିସିଆଇର କାର୍ଯ୍ୟକାରିଣୀ ବୈଠକକୁ ଡାକିଛନ୍ତି ବିସିସିଆଇ କର୍ତ୍ତୃପକ୍ଷ। ଏହି ଆସୋସିଏନଗୁଡିକ ହେଲେ ଉତ୍ତରପ୍ରଦେଶ, ପଞ୍ଜାବ, ଚେନ୍ନାଇ, ମୁମ୍ବାଇ, କର୍ଣ୍ଣାଟକ, ହାଇଦ୍ରାବାଦ ଓ ବେଙ୍ଗଲ। ଏହି ସଜିନ୍‌ରେ ୬ଟି ନୂଆ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ଷ୍ଟାଡିୟମରେ କିପରି ଦର୍ଶକ, ଖେଳାଳି ଓ କର୍ମକର୍ତ୍ତାଙ୍କୁ ସବୁ ସୁବିଧା ସୁଯୋଗ […]

BCCI-logo

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 05:48 PM IST

ମୁମ୍ବାଇ: ଆସନ୍ତା କ୍ରୀଡା ସିଜିନ୍‌ରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ କିପରି ଅଧିକ ଲୋକାଦ୍ରୁତ ହେବ ସେନେଇ ୭ଟି ଆସୋସିଏସନକୁ ଧର୍ମଶାଳାରେ ଆସନ୍ତା ୨୭ରେ ହେବାକୁ ଥିବା ବିସିସିଆଇର କାର୍ଯ୍ୟକାରିଣୀ ବୈଠକକୁ ଡାକିଛନ୍ତି ବିସିସିଆଇ କର୍ତ୍ତୃପକ୍ଷ। ଏହି ଆସୋସିଏନଗୁଡିକ ହେଲେ ଉତ୍ତରପ୍ରଦେଶ, ପଞ୍ଜାବ, ଚେନ୍ନାଇ, ମୁମ୍ବାଇ, କର୍ଣ୍ଣାଟକ, ହାଇଦ୍ରାବାଦ ଓ ବେଙ୍ଗଲ। ଏହି ସଜିନ୍‌ରେ ୬ଟି ନୂଆ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ଷ୍ଟାଡିୟମରେ କିପରି ଦର୍ଶକ, ଖେଳାଳି ଓ କର୍ମକର୍ତ୍ତାଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତିବୈଠକ କରାଯିବ।

ଏନେଇ ଏହି ସମସ୍ତ ଆସୋସିଏସନ୍‌କୁ ବିସିସିଆଇ ସଚିବ ଅଜୟ ସିର୍‌କେ ଚିଠି ଲେଖିଛନ୍ତି।

ଏହି ଚିଠିରେ ଦର୍ଶଇଯାଇଛି ଯେ ଯେଉଁମାନେ ବୈଠକକୁ ଆମନ୍ତ୍ରିତ ହୋଇ ଆସିବେ ସେମାନେ ନୂତନ ଭେନ୍ୟୁରେ କପରି ଖେଳାଳି, ଦର୍ଶକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପାଇଁ ଶୌଚାଳୟ ପରିସ୍କାର ପରିଚ୍ଛନ୍ନତା, ଶାରୀରିକ ଅକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ, ସିଟ୍‌ରେ ନମ୍ବର ସୁବିଧା ଓ ମହିଳାଙ୍କ ପାଇଁ ୧୦% ସରକ୍ଷଣ ବ୍ୟବସ୍ଥା ଇତ୍ୟାଦି ନେଇ ଆଲୋଚନା ହେବ। ଏନେଇ ସମସ୍ତ ଆସୋସିଏସନ ପକ୍ଷରୁ ୫ ରୁ ୭ ମିନିଟର ଏକ ପାୱାର ପଏଣ୍ଟ ପ୍ରେଜଣ୍ଟେସନ୍‌ ପ୍ରସ୍ତୁତ କରି ଦେଖାଇବେ। ଏଥିରେ ବିସିସିଆଇର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ।

Related story