ରାଜ୍ୟମାନଙ୍କୁକୁ ଅର୍ଥପ୍ରଦାନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲା ବିସିସିଆଇ

ମୁମ୍ବାଇ: ଗୋଆ କ୍ରିକେଟ ଆସୋସିଏସନ (ଜିସିଏ)ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିସିସିଆଇ ରାଜ୍ୟମାନଙ୍କୁ ଅର୍ଥପ୍ରଦାନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିସିସିଆଇ ନିଷ୍ପତ୍ତି ନେଇଛି ଯେ ରାଜ୍ୟକ୍ରୀଡାସଂଘ ଗୁଡିକୁ ଇଲୋକ୍ଟ୍ରୋନିକ୍ସ ପଦ୍ଧତ୍ତିରେ ଅର୍ଥ ପ୍ରଦାନ କରିବ। ରାଜ୍ୟ କ୍ରୀଡା ଆସୋସିଏସନର ନକଲି ବ୍ୟାଙ୍କ ଆକାଉଣ୍ଟରେ ୩.୧୩ କୋଟି ଟଙ୍କା ଜମା କରିବା ଅଭିଯୋଗରେ ଗୋଆ ପୋଲିସ ନିକଟରେ ଜିସିଏର ସଭାପତି ଚେତନ୍‌ ଦେଶାଇ, ସଚିବ ବିନୋଦ ଫଡ୍‌କେ ଓ କୋଷାଧ୍ୟ୍ୟକ୍ଷ ଆକ୍‌ବର ମୁଲ୍ଲାଙ୍କୁ ଗିରଫ […]

BCCI-logo

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 06:36 PM IST

ମୁମ୍ବାଇ: ଗୋଆ କ୍ରିକେଟ ଆସୋସିଏସନ (ଜିସିଏ)ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିସିସିଆଇ ରାଜ୍ୟମାନଙ୍କୁ ଅର୍ଥପ୍ରଦାନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିସିସିଆଇ ନିଷ୍ପତ୍ତି ନେଇଛି ଯେ ରାଜ୍ୟକ୍ରୀଡାସଂଘ ଗୁଡିକୁ ଇଲୋକ୍ଟ୍ରୋନିକ୍ସ ପଦ୍ଧତ୍ତିରେ ଅର୍ଥ ପ୍ରଦାନ କରିବ।

ରାଜ୍ୟ କ୍ରୀଡା ଆସୋସିଏସନର ନକଲି ବ୍ୟାଙ୍କ ଆକାଉଣ୍ଟରେ ୩.୧୩ କୋଟି ଟଙ୍କା ଜମା କରିବା ଅଭିଯୋଗରେ ଗୋଆ ପୋଲିସ ନିକଟରେ ଜିସିଏର ସଭାପତି ଚେତନ୍‌ ଦେଶାଇ, ସଚିବ ବିନୋଦ ଫଡ୍‌କେ ଓ କୋଷାଧ୍ୟ୍ୟକ୍ଷ ଆକ୍‌ବର ମୁଲ୍ଲାଙ୍କୁ ଗିରଫ କରିବା ପରେ ବିସିସିଆଇ ଏହିଭଳି ଚରମ ନିଷ୍ପତ୍ତି ନେଇଛି।

ବିସିସିଆଇର ସଚିବ ଅଜୟ ସିରକେ କହିଛନ୍ତି,“ଏବେ ସବୁ କାରବାର ଇଲୋକ୍ଟ୍ରୋନିକ୍ସ ପଦ୍ଧତ୍ତିରେ କରାଯିବ। କାହାକୁ ବି ଚେକ୍‌ ଦିଆଯିବ ନାହିଁ।ଭବିଷ୍ୟତରେ ରାଜ୍ୟ ଓ ବିସିସିଆଇର ସବୁ ଅର୍ଥିକ କାରବାର ଏକ ସରକାରୀ ଆକାଉଣ୍ଟରେ କରାଯିବ। ଏହି ଆକାଉଣ୍ଟରେ ମିଳିତ ଭାବେ ସଂଘର ସଚିବ, କୋଷାଧ୍ୟକ୍ଷ ରହିବେ। ଏହାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଯାଞ୍ଚ କରିବେ।”

Related story