ଯୁବରାଜଙ୍କ ଉପରେ ଅସନ୍ତୁଷ୍ଟ ବିସିସିଆଇ: କ୍ରିକେଟ୍ ଛାଡ଼ି ଅନ୍ୟ କାମରେ ସେ ବ୍ୟସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଉପରେ ବିସିସିଆଇ ଏବେ ଅସନ୍ତୁଷ୍ଟ। ବର୍ତ୍ତମାନ ରଣଜୀ ସିଜିନ ଚାଲିଥିବା ବେଳେ ଯୁବରାଜ ରଣଜୀ ମ୍ୟାଚ୍‌ ନ ଖେଳି ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ଫିଟ୍‌ନେସ ଟ୍ରେନିଂ କରୁଛନ୍ତି। ଯୁବରାଜଙ୍କ ଏହି ନିଷ୍ପତ୍ତି ବିସିସିଆଇର ଅନେକ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୁବରାଜ ପଞ୍ଜାବ ପକ୍ଷରୁ ରଣଜୀ ମ୍ୟାଚ୍‌ ଖେଳନ୍ତି। କିନ୍ତୁ ଚଳିତ ସିଜିନରେ ଯୁବରାଜ ନିଜ ଟମ୍‌ ପକ୍ଷରୁ ୫ଟି ମ୍ୟାଚ୍‌ରୁ ୪ଟି ମ୍ୟାଚ୍‌ ଖେଳିନାହାଁନ୍ତି। ସେ କେବଳ ବିଦର୍ଭ […]

4_1511419094

4_1511419094

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 04:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଉପରେ ବିସିସିଆଇ ଏବେ ଅସନ୍ତୁଷ୍ଟ। ବର୍ତ୍ତମାନ ରଣଜୀ ସିଜିନ ଚାଲିଥିବା ବେଳେ ଯୁବରାଜ ରଣଜୀ ମ୍ୟାଚ୍‌ ନ ଖେଳି ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ଫିଟ୍‌ନେସ ଟ୍ରେନିଂ କରୁଛନ୍ତି। ଯୁବରାଜଙ୍କ ଏହି ନିଷ୍ପତ୍ତି ବିସିସିଆଇର ଅନେକ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୁବରାଜ ପଞ୍ଜାବ ପକ୍ଷରୁ ରଣଜୀ ମ୍ୟାଚ୍‌ ଖେଳନ୍ତି। କିନ୍ତୁ ଚଳିତ ସିଜିନରେ ଯୁବରାଜ ନିଜ ଟମ୍‌ ପକ୍ଷରୁ ୫ଟି ମ୍ୟାଚ୍‌ରୁ ୪ଟି ମ୍ୟାଚ୍‌ ଖେଳିନାହାଁନ୍ତି। ସେ କେବଳ ବିଦର୍ଭ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ଯେଉଁଥିରେ ସେ ୨୦ ଓ ୪୨ ରନର ପାଳି ଖେଳିଥିଲେ।

ବିସିସିଆଇ'ର ଏକ ଅଧିକାରୀ କହିଛନ୍ତି ଯେ ଯୁବି ରଣଜୀ ମ୍ୟାଚ୍‌ ଛାଡ଼ି ଟ୍ରେନିଂ କରୁଛନ୍ତି, ଯାହା ଠିକ୍‌ ନୁହେଁ। କିଛି ଅଧିକାରୀ ଏହା ବି କହୁଛନ୍ତି ଯୁବି ୟୋ-ୟୋ ଟେଷ୍ଟରେ ପାସ୍‌ ହେବା ପାଇଁ ଫିଟ୍‌ନେସରେ ଧ୍ୟାନ ଦେଉଛନ୍ତି। ଫଳରେ ସେ ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ସହ ଆଇପିଏଲ୍‌ରେ ମଧ୍ୟ ତାଙ୍କ ଡିମାଣ୍ଡ ବଢ଼ାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos