ଏନ୍‌ସିଏ ପାଇଁ ସ୍ଥାନ ଦେଖିବାକୁ ରାଜ୍ୟ ସଂଘମାନଙ୍କୁ ବିସିସିଆଇର ଚିଠି

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ନ୍ୟାସନେଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ବିସିସିଆଇ ଅଣ୍ଟା ଭିଡିଛି। ଏନେଇ ବିସିସିଆଇ ସବୁ ରାଜ୍ୟ କ୍ରିକେଟ ଆସୋସିଏସନ୍‌କୁ ଉପଯୁକ୍ତ ସ୍ଥାନ ଦେଖିବାକୁ ଚିଠି ଲେଖିଛି। ଏନେଇ ଏସନ୍‌ସିଏ ବୋର୍ଡ ଅଧ୍ୟକ୍ଷ ନିରଞ୍ଜନ ଶାହ କହିଛନ୍ତି,“ଏନ୍‌ସିଏ ସ୍ଥାନାନ୍ତରଣ ନେଇ  ଗତକାଲି ବେଙ୍ଗାଲୁରୁରେ ଏକ ବୈଠକ ବିସିଥିଲା। ଏଥିରେ ଏହି ପ୍ରସଙ୍ଗ ସହ ବହୁ ସମସ୍ୟା ନେଇ ଆଲୋଚନା ହୋଇଥିଲା। ନିଷ୍ପତ୍ତି ମୁତାବକ ବିସିସିଆଇ ସଚିବ ଅଜୟ ଶିରକେ ସବୁ ରାଜ୍ୟ କ୍ରିକେଟ ଆସୋସିଏସନ୍‌କୁ […]

BCCI-logo

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 11:52 AM IST

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ନ୍ୟାସନେଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ବିସିସିଆଇ ଅଣ୍ଟା ଭିଡିଛି। ଏନେଇ ବିସିସିଆଇ ସବୁ ରାଜ୍ୟ କ୍ରିକେଟ ଆସୋସିଏସନ୍‌କୁ ଉପଯୁକ୍ତ ସ୍ଥାନ ଦେଖିବାକୁ ଚିଠି ଲେଖିଛି।

ଏନେଇ ଏସନ୍‌ସିଏ ବୋର୍ଡ ଅଧ୍ୟକ୍ଷ ନିରଞ୍ଜନ ଶାହ କହିଛନ୍ତି,“ଏନ୍‌ସିଏ ସ୍ଥାନାନ୍ତରଣ ନେଇ  ଗତକାଲି ବେଙ୍ଗାଲୁରୁରେ ଏକ ବୈଠକ ବିସିଥିଲା। ଏଥିରେ ଏହି ପ୍ରସଙ୍ଗ ସହ ବହୁ ସମସ୍ୟା ନେଇ ଆଲୋଚନା ହୋଇଥିଲା। ନିଷ୍ପତ୍ତି ମୁତାବକ ବିସିସିଆଇ ସଚିବ ଅଜୟ ଶିରକେ ସବୁ ରାଜ୍ୟ କ୍ରିକେଟ ଆସୋସିଏସନ୍‌କୁ ସ୍ଥାନାନ୍ତରଣ ନେଇ ଚିଠି ଲେଖିବେ। ଚିଠିରେ ଏନ୍‌ସିଏ ପାଇଁ ୩୦-୪୦ ଏକର ଜମି ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ଆଣିବା ନେଇ ଦର୍ଶାଯିବ।”

୨୦୧୦ରେ ବିସିସିଆଇ ବେଙ୍ଗାଲୁରୁରେ ଏଭଳି ସ୍ଥାନ ଦେଖୁଥିଲେ ମଧ୍ୟ ଆବଶ୍ୟକ ମୁତାବକ ଜମି ମିଳୁନାହିଁ। ବିସିସିଆଇ କର୍ଣ୍ଣାଟକ ସରକାରଙ୍କଠାରୁ ୫୦ କୋଟି ବିନିମୟରେ ଏକ ୪୯ ଏକର ଜମି କ୍ରୟ କରିଥିଲେ ମଧ୍ୟ ସେଥିରେ ଆଇନଗତ ସମସ୍ୟା ରହିଛି।

ଅନ୍ୟପକ୍ଷରେ ଗତ ମାସରେ ବିସିସିଆଇର ଯୁଗ୍ମ ସଚିବ ଅମିତାଭ ଚୌଧୁରୀ କହିଥିଲେ ଯେ, ଯଦି ଏନ୍‌ସିଏ ପାଇଁ ଆବଶ୍ୟକ ଜମି ହସ୍ତଗତ ହେବା ନେଇ ଦ୍ୱନ୍ଦ୍ୱ ଉପୁଜେ ତେବେ ଏହାକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରଣ କରାଯିବ। ଏନେଇ କର୍ଣ୍ଣାଟକ ସରକାରଙ୍କୁ ଜୁନ୍‌ ୩୦ ତାରିଖ ଯାଏ ସମୟ ଦିଆଯାଇଛି।

Related story