ଅଲ୍ ଇଣ୍ଡିଆ ରେଡିଓ ସହ ଚୁକ୍ତି କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଙ୍ଗଳବାର ଅଲ୍ ଇଣ୍ଡିଆ ରେଡିଓ (ଏଆଇଆର୍) ସହ ରେଡିଓ ଅଧିକାରୀ ପାଇଁ ଦୁଇବର୍ଷର ଚୁକ୍ତି କରିଛି। ଏହି ଚୁକ୍ତି ଆଧାରରେ କ୍ରିକେଟ୍ ପ୍ରେମୀଙ୍କୁ ନିଜ ପସନ୍ଦର ଖେଳି ଏବଂ ମ୍ୟାଚର କମେଣ୍ଟ୍ରି ରେଡିଓରେ ଲାଇଭ୍ ଶୁଣିବାକୁ ସୁଯୋଗ ମିଳିବ। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଲ୍ ଇଣ୍ଡିଆ ରେଡିଓ ସହ ବୋର୍ଡ ଦୁଇ ବର୍ଷ ପାଇଁ ଚୁକ୍ତି କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁଥିବା ଟି-୨୦ […]

bcci

Ranjit Kumar Jena
  • Published: Tuesday, 10 September 2019
  • , Updated: 10 September 2019, 08:00 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଙ୍ଗଳବାର ଅଲ୍ ଇଣ୍ଡିଆ ରେଡିଓ (ଏଆଇଆର୍) ସହ ରେଡିଓ ଅଧିକାରୀ ପାଇଁ ଦୁଇବର୍ଷର ଚୁକ୍ତି କରିଛି। ଏହି ଚୁକ୍ତି ଆଧାରରେ କ୍ରିକେଟ୍ ପ୍ରେମୀଙ୍କୁ ନିଜ ପସନ୍ଦର ଖେଳି ଏବଂ ମ୍ୟାଚର କମେଣ୍ଟ୍ରି ରେଡିଓରେ ଲାଇଭ୍ ଶୁଣିବାକୁ ସୁଯୋଗ ମିଳିବ।

ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଲ୍ ଇଣ୍ଡିଆ ରେଡିଓ ସହ ବୋର୍ଡ ଦୁଇ ବର୍ଷ ପାଇଁ ଚୁକ୍ତି କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁଥିବା ଟି-୨୦ ସିରିଜରୁ ରେଡିଓ କମେଣ୍ଟ୍ରି ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୫ ତାରିଖରେ ଧର୍ମଶାଳାରେ ଖେଳାଯିବ, ଯାହା ସହ ଲାଇଭ୍ ରେଡିଓ କମେଣ୍ଟ୍ରି ମଧ୍ୟ କ୍ରିକେଟପ୍ରେମୀଙ୍କୁ ଶୁଣିବାକୁ ମିଳିବ।

ଏହାବ୍ୟତୀତ ଏଆଇଆର୍ ପୁରୁଷ ଏବଂ ମହିଳା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ମଧ୍ୟ ରେଡିଓ କଭରେଜ୍ କରିବ। ବିସିସିଆଇ ସହ ଏଆଇଆରର ଦୁଇ ବର୍ଷର ଚୁକ୍ତି ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଏବଂ ୩୧ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଜାରି ରହିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ୍ ବ୍ୟତୀତ ଏଆଇଆର୍ ଦୁଲୀପ ଟ୍ରପି, ଦେଓଧର ଟ୍ରଫି, ମହିଳା ଚ୍ୟାଲେଞ୍ଜର୍ ସିରିଜ୍, ସୟଦ ମୁସ୍ତାକ୍ ଅଲୀ ଟ୍ରଫି ସୁନର୍ ଲିଗ୍ ଏବଂ ଇରାନୀ କପର ରେଡିଓ କମେଣ୍ଟ୍ରି ହେବ।

Related story