ବଡ଼ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ରଖିଲେ ଅମିତ୍ ଶାହଙ୍କ ପୁଅ

ନୂଆଦିଲ୍ଲୀ: ବିସିସିଆଇର ସମ୍ପାଦକ ତଥା ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଜୟ ଶାହ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଜୟ ଶାହ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ମୁଖ୍ୟ ନଜମୁଲ ହସନଙ୍କ ସ୍ଥାନ ନେବେ। ଏଥିସହ ୩୨ ବର୍ଷୀୟ ଜୟ ଶାହ ସର୍ବକନିଷ୍ଠ ପ୍ରଶାସକ ଭାବେ ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଅବସରରେ ନୂଆ ନିର୍ବାଚିତ ଏସିସି ଅଧ୍ୟକ୍ଷ ଜୟ […]

jay-shah

Ranjit Kumar Jena
  • Published: Sunday, 31 January 2021
  • , Updated: 31 January 2021, 06:35 PM IST

ନୂଆଦିଲ୍ଲୀ: ବିସିସିଆଇର ସମ୍ପାଦକ ତଥା ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପୁଅ ଜୟ ଶାହଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଜୟ ଶାହ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଜୟ ଶାହ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ମୁଖ୍ୟ ନଜମୁଲ ହସନଙ୍କ ସ୍ଥାନ ନେବେ। ଏଥିସହ ୩୨ ବର୍ଷୀୟ ଜୟ ଶାହ ସର୍ବକନିଷ୍ଠ ପ୍ରଶାସକ ଭାବେ ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

ଏହି ଅବସରରେ ନୂଆ ନିର୍ବାଚିତ ଏସିସି ଅଧ୍ୟକ୍ଷ ଜୟ ଶାହ ପ୍ରତିକ୍ରିୟା ରଖି କହିଛନ୍ତି, ଏଭଳି ଏକ ବଡ଼ ସମ୍ମାନକୁ ସ୍ୱୀକାର କରୁଛି ଏବଂ ମୋତେ ମନୋନୀତ କରିଥିବାରୁ ବିସିସିଆଇର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି। କ୍ରୀଡ଼ାର ଆୟୋଜନ, ବିକାଶ ଏବଂ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଗଠିତ ଏସିସି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ତେଣୁ ଏସିଆ କ୍ରିକେଟର କିଭଳି ଅଧିକ ବିକାଶ ହେବ, ସେ ଦିଗରେ ମୁଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଜୟ ଶାହଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁଭେଚ୍ଛା ଜଣାଇଛନ୍ତି। ଗାଙ୍ଗୁଲି କହିଛନ୍ତି, ଏସିସିର ଅଧ୍ୟକ୍ଷ ହେବା ନେଇ ମୁଁ ଜୟ ଶାହଙ୍କୁ ଶୁଭେଚ୍ଛା ଜଣାଉଛି। ଆମେ ଏକାଠି କାମ କରିଛୁ ଏବଂ କ୍ରିକେଟ୍ ଭଳି ଖେଳକୁ ବିକଶିତ କରିବାରେ ତାଙ୍କର ଯୋଜନା ଏବଂ ଦୂରଦୃଷ୍ଟି ସହ ମୁଁ ଭଲଭାବେ ଅବଗତ। ବ୍ୟକ୍ତିଗତ ଭାବେ ମୁଁ ତାଙ୍କର ଉତ୍ସାହକୁ ଅଧିକ ଅନୁଭୂତ କରିଛି। ସେ ଚଣ୍ଡୀଗଡ଼, ଉତ୍ତରାଖଣ୍ଡ ଓ ପୂର୍ବାଞ୍ଚଳ ରାଜ୍ୟ କ୍ରିକେଟର ଭିତ୍ତିଭୂମିର ସ୍ଥାପନା ପାଇଁ ବହୁତ କାମ କରୁଛନ୍ତି। ସେହିପରି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମଲ ମଧ୍ୟ ଜୟ ଶାହଙ୍କୁ ନୂଆ ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୧୯ ସେପ୍ଟେମ୍ବର, ୧୯୮୩ରେ ଏସିସିର ସ୍ଥାପନ ହୋଇଥିଲା। ଏସିଆରେ କ୍ରିକେଟ୍‌ ଖେଳର ବିକାଶ ପାଇଁ ଏହି ସଂଗଠନ ସ୍ଥାପନା କରାଯାଇଥିଲା। ଏସିସି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି)ର ମାନ୍ୟନା ପାଇଛି। ଭାରତ ଓ ପାକିସ୍ତାନ ସମେତ ୨୫ଟି ଦେଶ ଏସିସିର ସଦସ୍ୟ ଅଛନ୍ତି। ତେବେ ଆରମ୍ଭରୁ ମାତ୍ର ୪ଟି ଦେଶ ଏହି ସଂଗଠନର ସଦସ୍ୟ ଥିଲେ।

Related story