ଟେଷ୍ଟ୍ ଟିମକୁ ଅଶ୍ୱିନ୍, ମୂରଲୀ ଓ ଜାଡେଜାଙ୍କ ଘରଲେଉଟା: ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ: ଶ୍ରାଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳୀଙ୍କ ନାଁ ଘୋଷଣା କରାଯାଇଛି। ଦଳରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବିନ୍ଦ୍ର ଜାଡ଼େଜା ମଧ୍ୟ ସାମିଲ ହୋଇଛନ୍ତି। ଗତ ଅଗଷ୍ଚ ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ ପରେ ଅଶ୍ୱିନ୍ ଓ ଜାଡେଜା ଦଳରୁ ଓହରି ଯାଇଥିଲେ। ମୂରଲୀ ବିଜୟଙ୍କର ମଧ୍ୟ ଘର ଲେଉଟାଣି ହୋଇଛି। ସେ ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଆହତ ହୋଇଥିଲେ। […]

Ordigital Desk
  • Published: Monday, 23 October 2017
  • , Updated: 23 October 2017, 03:30 PM IST

ନୂଆଦିଲ୍ଲୀ: ଶ୍ରାଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳୀଙ୍କ ନାଁ ଘୋଷଣା କରାଯାଇଛି। ଦଳରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବିନ୍ଦ୍ର ଜାଡ଼େଜା ମଧ୍ୟ ସାମିଲ ହୋଇଛନ୍ତି। ଗତ ଅଗଷ୍ଚ ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ ପରେ ଅଶ୍ୱିନ୍ ଓ ଜାଡେଜା ଦଳରୁ ଓହରି ଯାଇଥିଲେ। ମୂରଲୀ ବିଜୟଙ୍କର ମଧ୍ୟ ଘର ଲେଉଟାଣି ହୋଇଛି। ସେ ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଆହତ ହୋଇଥିଲେ। ଏକ ଲମ୍ବା ବ୍ୟବଧାନ ପରେ ସେ ଟିମକୁ ଫେରିଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମ୍: ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ଲୋକେସ ରାହୁଲ, ମୂରଲୀ ବିଜୟ, ଶିଖର ଧୱନ, ଚେତେଶ୍ୱର ପୁଜାରା, ରୋହିତ ଶର୍ମା, ରିଦ୍ଧିମାନ୍ ଶାହ(ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡ଼େଜା, କୁଲଦୀପ୍ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମୀ, ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ ଶ୍ରିଶାନ୍ତ ଶର୍ମା।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନଗାର୍ଡେନରେ ମ୍ୟାଚ୍ ଖେଳାଯିବ। ଇଡେନଗାର୍ଡେନରେ ଶ୍ରୀଲଙ୍କାର ଏହା ପ୍ରଥମ ଟେଷ୍ଚ ମ୍ୟାଚ୍ ହେବ। ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଟିମ୍ ଏଠାରେ ଏକ ତିନି ଦିବସୀୟ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିବ।

ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-20 ସିରିଜ ପାଇଁ ମଧ୍ୟ ଦଳର ଘୋଷଣା କରାଯାଇଛି। ଏହି ସିରିଜ ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହି ଟିମରେ ଦୁଇଜଣ ନୂଆ ଖେଳାଳୀ ମହମ୍ମଦ ସିରାଜ ଓ ଶ୍ରେୟସ୍ ଅୟର ସାମିଲ ହୋଇଛନ୍ତି। ଆଶିଷ ନେହେରା ଏହି ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳିବେ। ଏହା ପରେ ସେ କ୍ରିକେଟରୁ ସନ୍ୟାସ ନେଇଯିବେ। ସେହିପରି ମହମ୍ମଦ ସିରାଜ ଏବଂ ଶ୍ରେୟସ ଅୟରଙ୍କୁ ତୃତୀୟ ଟି-20 ମ୍ୟାଚରେ ଦେଖିବାକୁ ମିଳିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟି-20 ଟିମ୍: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧୱନ୍, ଲୋକେଶ୍ ରାହୁଲ୍, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂ ଧୋନି(ୱିକେଟ୍ କିପର), ଅକ୍ଷର ପଟେଲ, ଯୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ, ଆଶିଷ ନେହେରା, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ୍ ବୁମରାହ, ଶ୍ରେୟସ ଅୟର ଓ ମହମ୍ମଦ ସିରାଜ।

Related story