ସେନାକୁ ବିସିସିଆଇ ଦେବ ୨୦ କୋଟି

ନୂଆଦିଲ୍ଲୀ: ସେନାର କ୍ୟାଲଣ ପାଣ୍ଠିକୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୨୦ କୋଟି ଟଙ୍କା ଦେବ। ପୁଲୱାମା ହମ୍‌ଲାରେ ସହିଦ ହୋଇଥିବା ୪୦ ଜଣ ବୀର ଯବାନଙ୍କୁ ସହାୟତା ଦେବାକୁ ବିଭିନ୍ନ ମହଲରେ ନିବେଦନ କରାଯାଉଥିବା ବେଳେ ବିସିସିଆଇ ଆଜି ଏଭଳି ଘୋଷଣା କରିଛନ୍ତି। ଏଥିସହ ମାର୍ଚ୍ଚ ୨୩ରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ବିସିସିଆଇ ପକ୍ଷରୁ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯିବ। ଏଥିରେ ସ୍ଥଳ, ବାୟୁ ଓ ନୌସନାର ଅଧିକାରୀ […]

bcc

Hemant Lenka
  • Published: Saturday, 16 March 2019
  • , Updated: 16 March 2019, 07:38 PM IST

ନୂଆଦିଲ୍ଲୀ: ସେନାର କ୍ୟାଲଣ ପାଣ୍ଠିକୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୨୦ କୋଟି ଟଙ୍କା ଦେବ। ପୁଲୱାମା ହମ୍‌ଲାରେ ସହିଦ ହୋଇଥିବା ୪୦ ଜଣ ବୀର ଯବାନଙ୍କୁ ସହାୟତା ଦେବାକୁ ବିଭିନ୍ନ ମହଲରେ ନିବେଦନ କରାଯାଉଥିବା ବେଳେ ବିସିସିଆଇ ଆଜି ଏଭଳି ଘୋଷଣା କରିଛନ୍ତି।

ଏଥିସହ ମାର୍ଚ୍ଚ ୨୩ରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ବିସିସିଆଇ ପକ୍ଷରୁ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯିବ। ଏଥିରେ ସ୍ଥଳ, ବାୟୁ ଓ ନୌସନାର ଅଧିକାରୀ ରହିବେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ ସିଓଏର ସୁପାରିସ୍‌ ଆଧାରରେ ବିସିସିଆଇ ପକ୍ଷରୁ ସେନା କଲ୍ୟାଣ ପାଣ୍ଠିକୁ ୨୦ କୋଟି ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହି ଅର୍ଥକୁ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଓ ବିରାଟ୍‌ କୋହଲି ସେନା ବାହିନୀର ଅଧିକାରୀଙ୍କୁ ପ୍ରଦାନ କରିବେ। ଗତବର୍ଷ ଆଇପିଏଲ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏଥର ଏହି ବାବଦରେ କୌଣସି ଅର୍ଥ ଖର୍ଚ୍ଚ ହେବନାହିଁ। ଏହି ଅର୍ଥ ସହ ଆଉ ୫ କୋଟି ଟଙ୍କା ମିଶାଇ ସେନା ବାହିନୀକୁ ଦିଆଯିବ ବୋଲି ସେ କହିଛନ୍ତି।

ପୂର୍ବରୁ ବିସିସିଆଇର ଆକ୍ଟିଂ ସଭାପତି ସିକେ ଖାନ୍ନା ସେନା ପାଣ୍ଠିକୁ ୫ କୋଟି ଟଙ୍କା ଦିଆଯିବ ବୋଲି କହିଥିଲେ। ତେବେ ଏହି ଅର୍ଥ ଏବେ ୨୦ କୋଟିରେ ପହଞ୍ଚିଥିବାରୁ ସେ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Related story