ନୋ' ବଲ୍ ଧରିବା ପାଇଁ ବିସିସିଆଇର ନୂଆ ଯୋଜନା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ପରବର୍ତ୍ତୀ ସିଜନରେ ନୋ’ ବଲ୍ ଧରିବା ପାଇଁ ବିସିସିଆଇ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବ। ଯାହା ଫଳରେ ଫିଲ୍ଡ ଅମ୍ପାୟାର୍ ଯେଉଁ ନୋ’ ବଲ୍ ମିସ୍ କରିଯାଆନ୍ତି, ତାହା ଟେକ୍ନୋନୋଲି ବ୍ୟବହାର ଦ୍ୱାରା ଜଣାପଡ଼ିଯିବ। ଏହି ପ୍ରୟୋଗ ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଲାଗୁ କରାଯାଇଥିଲା, କିନ୍ତୁ ବୋର୍ଡ ଏହାକୁ ଏବେ ଆଗକୁ ମଧ୍ୟ ଜାରି ରଖିବା ନେଇ ବିଚାର କରୁଛି। […]

no-ball

Ranjit Kumar Jena
  • Published: Friday, 29 November 2019
  • , Updated: 29 November 2019, 05:37 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ପରବର୍ତ୍ତୀ ସିଜନରେ ନୋ' ବଲ୍ ଧରିବା ପାଇଁ ବିସିସିଆଇ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବ। ଯାହା ଫଳରେ ଫିଲ୍ଡ ଅମ୍ପାୟାର୍ ଯେଉଁ ନୋ' ବଲ୍ ମିସ୍ କରିଯାଆନ୍ତି, ତାହା ଟେକ୍ନୋନୋଲି ବ୍ୟବହାର ଦ୍ୱାରା ଜଣାପଡ଼ିଯିବ। ଏହି ପ୍ରୟୋଗ ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଲାଗୁ କରାଯାଇଥିଲା, କିନ୍ତୁ ବୋର୍ଡ ଏହାକୁ ଏବେ ଆଗକୁ ମଧ୍ୟ ଜାରି ରଖିବା ନେଇ ବିଚାର କରୁଛି। ନୋ' ବଲକୁ ଧରିବା ପାଇଁ ବୋର୍ଡ ରନଆଉଟ୍ କ୍ୟାମେରାର ବ୍ୟବହାର ମଧ୍ୟ କରୁଛି, ଯଦ୍ଦ୍ୱାରା ଅମ୍ପାୟାର୍ ବୋଲରଙ୍କ ପାଦର ଲ୍ୟାଣ୍ଡିଂକୁ ଧରିପାରିବେ।

ଆଇପିଏଲର ଗତ ସଂସ୍କରଣରେ ଏହାକୁ ନେଇ ଖୁବ୍ ବିବାଦ ହୋଇଥିଲା, କାରଣ କିଛି ମ୍ୟାଚରେ ଅମ୍ପାୟାର ବୋଲରଙ୍କ ପାଦର ନୋ' ବଲ୍ ଧରିପାରୁନଥିଲେ। କେବଳ ଆଇପିଏଲ୍ ନୁହେଁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ମଧ୍ୟ ଏହି ବିବାଦ ଦେଖା ଦେଇଥିଲା, କାରଣ ଦ୍ୱିତୀୟ ଦିନର ଦୁଇ ସେସନରେ ଅମ୍ପାୟାର ୨୧ଟି ନୋ' ବଲ୍ ଧରିପାରିନଥିଲେ।

ବିସିସିଆଇର ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ କହିଛନ୍ତି, "ବର୍ତ୍ତମାନ ଆମେ ଏହା ଉପରେ କାମ କରୁଛୁ। କୌଣସି ପ୍ରୟୋଗ ପାଇଁ ଆଇପିଏଲ୍ ହିଁ ଉପଯୁକ୍ତ। ଆଇପିଏଲର ପ୍ରତି ସିଜନରେ ନୂଆ ଟେକନିକ୍ ଆଣିବା ଏବଂ ଖେଳକୁ ଆଗକୁ ନେବା ପାଇଁ ଆମେ ସର୍ବଦା ପ୍ରୟାସ କରିଆସିଛୁ। ବଡ଼ କଥା ହେଉଛି, ଯଦି ଟେକନିକ୍ ଏଭଳି ମାମଲା (ନୋ' ବଲ୍‌)କୁ ସମାଧାନ କରିପାରିବ, ତାହେଲେ ଖେଳାଳି ଏଥିପାଇଁ କାହିଁକି ଭୋଗିବେ। ଅତୀତରେ ନୋ' ଏକ ବଡ଼ ବିବାଦୀୟ ମାମଲା ରହିଆସିଛି। ମୋ ମତରେ ଟେକନିକ୍ ପାଦର ନୋ' ବଲକୁ ଧରିବା ପାଇଁ ଉପଯୋଗ ସାବ୍ୟସ୍ତ ହୋଇପାରେ। ତେବେ ଏଥିପାଇଁ ମଡ଼ ପରୀକ୍ଷଣ ଶେଷ ହୋଇଛି ଏବଂ ଆମେ ୱେଷ୍ଟଇଣ୍ଡିଜ୍ ସିରିଜରେ ମଧ୍ୟ ଏହା ଜାରି ରଖିବୁ।"

Related story