'କରୋନା' ପାଇଁ ବନ୍ଦ ହେବନି ଆଇପିଏଲ୍‌

କୋଲକାତା: ସାରା ବିଶ୍ୱରେ କାୟା ମେଲାଇ ସାରିଥିବା ‘କରୋନା’ ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁ ନେଇ ଦ୍ୱନ୍ଦ୍ୱ। […]

GANGULY1

GANGULY1

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 05:00 PM IST

Sports

Latest News

କୋଲକାତା: ସାରା ବିଶ୍ୱରେ କାୟା ମେଲାଇ ସାରିଥିବା 'କରୋନା' ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁ ନେଇ ଦ୍ୱନ୍ଦ୍ୱ।

ତେବେ ବିସିସିଆଇ ଆଇପିଏଲକୁ ନେଇ ତା'ର ମତ ସ୍ପଷ୍ଟ କରିଛି। ବିସିସିଆଇ ସ୍ପଷ୍ଟ କରିଛି ଯେ ଆଇପିଏଲର ୧୩ଶ ସଂସ୍କରଣ ନିର୍ଦ୍ଧାରିତ ସମୟରେ ହେବ ଏବଂ 'କରୋନା' ଭାଇରସକୁ ନେଇ ସମସ୍ତ ପ୍ରକାରର ଆବଶ୍ୟକ ପଦପେକ୍ଷ ମଧ୍ୟ ଉଠାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ "ଆଇପିଏଲ୍ ସ୍ଥଗିତ ହେବ ନାହିଁ। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟର ସୁଚାରୁରୂପେ ଆୟୋଜନକୁ ନେଇ ବୋର୍ଡ ଯଥାସମ୍ଭବ ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତ ଅଛି।

'କରୋନା' ପାଇଁ ଆଇପିଏଲକୁ ବନ୍ଦ କରାଯିବାର ପ୍ରଶ୍ନ ଉଠୁ ନାହିଁ। ବର୍ତ୍ତମାନ ଚାରିଆଡ଼େ ଏକାଧିକ ଟୁର୍ଣ୍ଣାମେଣ୍ଟ ଜାରି ରହିଛି। ଇଂଲଣ୍ଡ ଏବେ ଶ୍ରୀଲଙ୍କାରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ପହଞ୍ଚିସାରିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଚଳିତ ସପ୍ତାହରେ ଭାରତ ଆସିବ। କିଛି କାଉଣ୍ଟି ଟିମ୍ ମଧ୍ୟ ସମଗ୍ର ବିଶ୍ୱ ପରିକ୍ରମା କରୁଛନ୍ତି। ସେମାନେ ଆବୁଧାବି ଓ ୟୁଏଇରେ ମ୍ୟାଚ୍ ଖେଳିବାକୁ ଆସୁଛନ୍ତି। ତେଣୁ ମୁଁ ଭାବୁଛି ଯଦି ଅନ୍ୟ ଟିମ୍ ଏଠାକୁ ଆସିବେ, ତାହେଲେ କୌଣସି ସମସ୍ୟା ନାହିଁ। ଏହାଛଡ଼ା 'କରୋନା' ପାଇଁ ଆମେ ସମସ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା କରିଛୁ। ଆମ ସହ ମେଡିକାଲ୍ ଟିମ୍ ମଧ୍ୟ ଯୋଗାଯୋଗରେ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ ଆମେ କୌଣସି ନିଷ୍ପତ୍ତି ନେବୁ।"

କରୋନା ମାମଲା ସମ୍ବନ୍ଧରେ ସମସ୍ତ ଷ୍ଟେକହୋଲ୍ଡର୍ସ, ଖେଳାଳି, ଫ୍ରାଞ୍ଚାଇଜି, ଏୟାରଲାଇନ୍ସ, ଟିମ୍ ହୋଟେଲ୍ସ, ବ୍ରଡକାଷ୍ଟିଙ୍ଗ୍ କ୍ରୁ ଏବଂ ଏହି ଲିଗ୍ ସହ ସଂଶ୍ଳିଷ୍ଟ ସମସ୍ତ ପକ୍ଷକୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶର ପାଳନ କରିବାକୁ କୁହାଯିବ। ବୋର୍ଡ ଆହୁରି ମଧ୍ୟ ଖେଳାଳିଙ୍କୁ ପ୍ରଶଂସକଙ୍କ ସହ ହାତ ନମିଳାଇବା ଏବଂ କୌଣସି ଡିଭାଇସରୁ ଫଟୋ ମଧ୍ୟ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଆନୁଷ୍ଠାନିକ ରିପୋର୍ଟ ଅନୁସାରେ, ଭାରତରେ ଏପର୍ଯ୍ୟନ୍ତ ୩୩ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଭଳି ମାରାତ୍ମକ ଭାଇରସର ଅଧିକ ସଂକ୍ରମିତ ହେବା ଦେଖି ଅନେକ ଅନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନକୁ ବାତିଲ୍ କରାଯାଇଛି। ଏପରିକି କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସର ଆୟୋଜନ ଉପରେ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି, ଯାହାର ଆୟୋଜନ ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଜାପାନର ରାଜଧାନୀ ଟୋକିଓରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story