ବିଚ୍‌ରେ ମସ୍ତି ମୁଡ୍‌ରେ ବିରୁଷ୍କା

ନୂଆଦିଲ୍ଲୀ: ଭାରତୀୟ ଟିମ୍ ଗୁରୁବାରଠାରୁ ଆୟୋଜକ ଟିମ୍ ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଇଛନ୍ତି। ଦିନିକିଆ ଓ ଟି-୨୦ ସିରିଜ୍ ପରେ କ୍ରିକେଟରୁ ମିଳିଥିବା ବ୍ରେକରେ ଦୁହେଁ ଖୁବ୍ ମସ୍ତି କରୁଛନ୍ତି। ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ପ୍ରଥମ ଟେଷ୍ଟ ଦିନକ ପୂର୍ବରୁ ବିରାଟ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀଙ୍କ ସହ ବିଚ୍ (ସମୁଦ୍ରକୂଳ) […]

virat

virat

Ranjit Kumar Jena
  • Published: Wednesday, 21 August 2019
  • Updated: 21 August 2019, 10:27 PM IST

ନୂଆଦିଲ୍ଲୀ: ଭାରତୀୟ ଟିମ୍ ଗୁରୁବାରଠାରୁ ଆୟୋଜକ ଟିମ୍ ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଇଛନ୍ତି। ଦିନିକିଆ ଓ ଟି-୨୦ ସିରିଜ୍ ପରେ କ୍ରିକେଟରୁ ମିଳିଥିବା ବ୍ରେକରେ ଦୁହେଁ ଖୁବ୍ ମସ୍ତି କରୁଛନ୍ତି।

ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ପ୍ରଥମ ଟେଷ୍ଟ ଦିନକ ପୂର୍ବରୁ ବିରାଟ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀଙ୍କ ସହ ବିଚ୍ (ସମୁଦ୍ରକୂଳ) ରେ ବସିଥିବାର ଏକ ଫଟୋ ଶେୟାର କରିଛନ୍ତି, ଯାହା କିଛି ସମୟ ଭିତରେ ଖୁବ୍ ଭାଇରାଲ୍ ହୋଇଛି।

 

View this post on Instagram

 

💑❤🌞

A post shared by Virat Kohli (@virat.kohli) on


ଅନୁଷ୍କା ଓ ବିରାଟ୍ ଶର୍ଟସ୍ ପିନ୍ଧି ବସିଛନ୍ତି। ବିରାଟ୍ ଧଳା ରଙ୍ଗର ହାଫ୍ ପ୍ୟାଣ୍ଟ ଏବଂ କଳା ରଙ୍ଗର ହାଫ୍ ଶାର୍ଟ ପିନ୍ଧିଛନ୍ତି। ଅନୁଷ୍କା ମଧ୍ୟ ତାଙ୍କ ସହ ବସିଛନ୍ତି। ଏହି ଫଟୋରେ ବିରାଟ୍ କୌଣସି କ୍ୟାପସନ୍ ଦେଇନାହାନ୍ତି। କେବଳ ଏକ ହାର୍ଟ ଏବଂ ଭଲ ପାଉଥିବା ତିନୋଟି ଇମେଜର ସଙ୍କେତ ଦେଇଛନ୍ତି।

 

View this post on Instagram

 

Stunning day at the beach with the boys 🇮🇳👌😎

A post shared by Virat Kohli (@virat.kohli) on


ପୋଷ୍ଟ ହେବାର କେଇ ଘଣ୍ଟା ଭିତରେ ପାଖାପାଖି ୧୯ ଲକ୍ଷ ଲୋକ ଏହି ଫଟୋକୁ ଲାଇକ୍ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ପୋଷ୍ଟକୁ ତାଙ୍କ ସାଥି ଖେଳାଳି ଲୋକେଶ ରାହୁଲ୍ ମଧ୍ୟ ଲାଇକ୍ କରିଛନ୍ତି। ଏହା ପୂର୍ବରୁ ବିରାଟ୍ ସାଥୀ ଖେଳାଳିଙ୍କ ସହ ପୁଲରେ ଶର୍ଟଲେସ୍ ଫଟୋ ପୋଷ୍ଟ କରିଥିଲେ, ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos