ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡରେ ସାଇନା ଓ ସିନ୍ଧୁ

ଉହାନ: ଚୀନର ଉହାନରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ରେ ଭାରତର ବ୍ୟାଡ୍‌ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସାଇନା ଇଣ୍ଡୋନେସିଆର ଫିତ୍ରିଆନି ଫିତ୍ରିଆନିଙ୍କୁ ୨୧-୧୬, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ସିନ୍ଧୁ ଇଣ୍ଡୋନେସିଆର ମାରିଆ ଫେବେ କୁସୁମାସ୍ତୁତିଙ୍କୁ ୨୧-୧୦,୨୧-୧୩ରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଅନ୍ୟ ଭାରତୀୟ ଖେଳାଳିମାନେ ନିରାଶ କରିଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି […]

saina2 9

Rakesh Mallick
  • Published: Wednesday, 27 April 2016
  • , Updated: 28 April 2016, 05:28 AM IST

ଉହାନ: ଚୀନର ଉହାନରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ସିପ୍‌ରେ ଭାରତର ବ୍ୟାଡ୍‌ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସାଇନା ଇଣ୍ଡୋନେସିଆର ଫିତ୍ରିଆନି ଫିତ୍ରିଆନିଙ୍କୁ ୨୧-୧୬, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ସିନ୍ଧୁ ଇଣ୍ଡୋନେସିଆର ମାରିଆ ଫେବେ କୁସୁମାସ୍ତୁତିଙ୍କୁ ୨୧-୧୦,୨୧-୧୩ରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ଅନ୍ୟ ଭାରତୀୟ ଖେଳାଳିମାନେ ନିରାଶ କରିଛନ୍ତି।

ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା କୋରିଆର ଚାଙ୍କ୍ ୟେ ନା ଓ ଲି ସୋ ହୀଙ୍କ ଠାରୁ ୨୧-୧୫, ୨୧-୧୧ରେ ହାରି ଯାଇଛନ୍ତି। ସେହିଭଳି ପୁରୁଷ ଡବଲ୍ସରେ ମନୁ ଅଟ୍ଟ୍ରି ଓ ବି ସୁମୀତ ରେଡ୍ଡି ଜାପାନର ହିରୋୟୁକି ଏଣ୍ଡୋ ଓ କେନିଚି ହାୟାକାୱା ଯୋଡ଼ିଙ୍କଠାରୁ ୧୫-୨୧, ୧୩-୨୧ରେ ହାରି ଯାଇଛନ୍ତି। ଭାରତର ଅନ୍ୟ ପୁରୁଷ ଯୋଡ଼ି ପ୍ରଣବ ଜେରୀ ଚୋପ୍ରା ଓ ଅକ୍ଷୟ ଦେୱାଲକର ମଧ୍ୟ ପରାଜିତ ହୋଇଛନ୍ତି। ଏହି ଯୋଡ଼ି ହଂକଂର ଓର ଚିନ୍ ଚଙ୍ଗ ଓ ତାଙ୍ଗ୍ ଚୁନ୍ ମନଙ୍କଠାରୁ ୧୯-୨୧, ୧୭-୨୧ରେ ହାରି ଯାଇଛନ୍ତି।

Related story