IPL-11:  ଆୱାର୍ଡରେ ଭାରତୀୟଙ୍କୁ ପଛରେ ପକାଇଲେ ବିଦେଶୀ, ଜାଣନ୍ତୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, ବୋଲର୍‌ ଓ ଫିଲ୍ଡର କିଏ

ଚେନ୍ନାଇ ସୁପର କିଙ୍ଗ୍ସ  ହାତେଇଲା IPL-୨୦୧୮ ଟାଇଟଲ୍। ସନରାଇଜର୍ସକୁ ୮ ୱିକେଟରେ ହରାଇ ଚେନ୍ନାଇ ଚାମ୍ପିଅନ୍ ହୋଇଛି। ଫାଇନାଲରେ ସେନ୍ ୱାଟସନଙ୍କ ଜବରଦସ୍ତ ଶତକୀୟ ଇଂନିସ ବଳରେ ବିଜୟୀ ହୋଇଛି ଧୋନୀ ବାହିନୀ।  ୫୭ଟି ବଲରୁ ୧୧ଟି ଚୌକା , ୮ଟି ଛକା ଜରିଆରେ ୧୧୭ ରନ୍ ସଂଗ୍ରହ କରି ଦଳକୁ ଚାମ୍ପିୟନ କରାଇଛନ୍ତି ୱାଟ୍‌ସନ। ୱାଟ୍‌ସନଙ୍କ ବିସ୍ଫୋରକ ଇଂନିସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା। ଆଜିର ଫାଇନାଲ୍ ମ୍ୟାଚରେ ସନ୍ରାଇଜର୍ସ […]

csk_7_1527445918_618x347

csk_7_1527445918_618x347

Rakesh Mallick
  • Published: Monday, 28 May 2018
  • Updated: 28 May 2018, 12:39 AM IST

Sports

Latest News

ଚେନ୍ନାଇ ସୁପର କିଙ୍ଗ୍ସ  ହାତେଇଲା IPL-୨୦୧୮ ଟାଇଟଲ୍। ସନରାଇଜର୍ସକୁ ୮ ୱିକେଟରେ ହରାଇ ଚେନ୍ନାଇ ଚାମ୍ପିଅନ୍ ହୋଇଛି। ଫାଇନାଲରେ ସେନ୍ ୱାଟସନଙ୍କ ଜବରଦସ୍ତ ଶତକୀୟ ଇଂନିସ ବଳରେ ବିଜୟୀ ହୋଇଛି ଧୋନୀ ବାହିନୀ।  ୫୭ଟି ବଲରୁ ୧୧ଟି ଚୌକା , ୮ଟି ଛକା ଜରିଆରେ ୧୧୭ ରନ୍ ସଂଗ୍ରହ କରି ଦଳକୁ ଚାମ୍ପିୟନ କରାଇଛନ୍ତି ୱାଟ୍‌ସନ। ୱାଟ୍‌ସନଙ୍କ ବିସ୍ଫୋରକ ଇଂନିସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା।

ଆଜିର ଫାଇନାଲ୍ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୬ ଓ୍ୱିକେଟ୍ ବିନିମୟରେ ୧୭୮ ରନ୍ ସଂଗ୍ରହ କରିଥିଲା। ଏହାପରେ ୧୭୯ରନ୍ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୨ଟି ଓ୍ୱିକେଟ୍ ହରାଇ ୧୮୧ ରନ୍ କରିବାରେ ସମର୍ଥ ହୋଇଥିଲା ଚେନ୍ନାଇ। ଚେନ୍ନାଇ ସୁପର୍ କିଙ୍ଗସ୍ ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ୩ୟ ଥର ପାଇଁ ଚାମ୍ପିଅନ୍ ହୋଇଛି। ୨୦୧୦ ଓ ୨୦୧୧ରେ ଚାମ୍ପିଅନ୍ ହେବା ସହ ୨୦୦୮, ୨୦୧୨, ୨୦୧୩, ୨୦୧୫ରେ ରନର୍ସଅପ୍ ହୋଇଥିଲା ସିଏସ୍‌କେ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୩ ଥର ଚାମ୍ପିୟନ ହୋଇଥିଲା।     

 ଅରେଞ୍ଜ କ୍ୟାପ୍: ଆଇପିଏଲ୍‌ରେ ଆକର୍ଷଣୀୟ ବ୍ୟାଟିଂ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ୱିଲିୟମସନ ଅରେଞ୍ଜ କ୍ୟାପ୍ ନିଜ ନାଁରେ କରିଛନ୍ତି। ସେ ପ୍ରତିଯୋଗିତାରେ ସର୍ବାଧିକ ୭୩୫ ରନ କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି।

ପର୍ପଲ କ୍ୟାପ୍‌: ଅନ୍ୟପଟେ ପ୍ରତିଯୋଗିତାରେ ସର୍ବାଧିକ ୨୪ଟି ୱିକେଟ୍‌ ନେଇ ଆଣ୍ଡ୍ରୁ ଟାଏ ପର୍ପଲ କ୍ୟାପ୍‌ ନିଜ ନାଁରେ କରିଛନ୍ତି।

ଷ୍ଟାଇଲିଷ୍ଟ୍‌ ପ୍ଲେୟାର ଅଫ୍‌ ସିଜିନ୍‌: ଦିଲ୍ଲୀ ଡେୟାରଡେଭିଲ୍ସ ବ୍ୟାଟ୍ସମ୍ୟାନ୍‌ ରିସବ ପନ୍ତଙ୍କୁ ଷ୍ଟାଇଲିଷ୍ଟ୍‌ ପ୍ଲେୟାର ଅଫ୍‌ ସିଜିନ୍‌ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୧୮ ଆଇପିଏଲରେ ତାଙ୍କ ବ୍ୟାଟ୍‌ରୁ ଅନେକ ଆକର୍ଷଣୀୟ ପାଳି ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ରିସବ ପନ୍ତଙ୍କୁ ଏମର୍ଜିଂ ପ୍ଲେୟାର ଅଫ୍‌ ଦି ସିଜିନ ଆୱାର୍ଡ ମିଲିଛି।  

ସୁପର ଷ୍ଟ୍ରାଇକର୍‌: ସୁନିଲ ନାରେନଙ୍କୁ ସୁପର ଷ୍ଟ୍ରାଇକର୍‌ ଆୱାର୍ଡ ପ୍ରଦାନ କରାଯାଇଛି। ବୋଲିଂ ଓ ବ୍ୟାଟିଂରେ ସେ ନିଜର ଦବ୍‌ଦବା ଜାହିର କରିଥିଲେ। ସୁନିଲ ୨୦୧୮ ଆଇପିଏଲ୍‌ରେ ମଷ୍ଟ୍‌ ଭେଲ୍ୟୁଏବୁଲ୍‌ ପ୍ଲେୟାର ମଧ୍ୟ ହୋଇଛନ୍ତି।

ପର୍‌ଫେକ୍ଟ କ୍ୟାଚ୍‌ ଅଫ୍‌ ଦି ସିଜିନ: ୨୦୧୮ ଆଇପିଏଲ୍‌ରେ ପରଫେକ୍ଟ କ୍ୟାଚ୍‌ ଅଫ୍‌ ଦି ସିଜିନ ଆୱାର୍ଡ ଟ୍ରେଣ୍ଟ ବୋଲ୍ଟଙ୍କୁ ମିଳିଛି। ଆର୍‌ସିବି ବିପକ୍ଷରେ ବାଉଣ୍ଡ୍ରି ଲାଇନ୍‌ ନିକଟରେ ଏକ ଆକର୍ଷଣୀୟ କ୍ୟାଚ୍‌ ନେଇ ବିରାଟ କୋହଲିଙ୍କୁ ଆଉଟ୍‌ କରିଥିଲେ ବୋଲ୍ଟ।

ଫେୟାର୍‌ପ୍ଲେ ଆୱାର୍ଡ: ଆଇପିଏଲ୍‌ ଫେୟାର୍‌ପ୍ଲେ ଆୱାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌କୁ ମିଳିଛି।

ପିଚ୍‌ ଏଣ୍ଡ ଗ୍ରାଉଣ୍ଡ ଆୱାର୍ଡ: ପିଚ୍‌ ଏଣ୍ଡ ଗ୍ରାଉଣ୍ଡ ଆୱାର୍ଡ ପଞ୍ଜାବ କ୍ରିକେଟ୍‌ ଆସୋସିଏସନ ଓ କ୍ରିକେଟ୍‌ ଆସୋସିଏସନ ଅଫ୍‌ ବେଙ୍ଗଲକୁ ମିଲିଛି।

ଇନୋଭେଟିବ୍ କ୍ୟାପଟେନ୍ ଆୱାର୍ଡ: ଇନୋଭେଟିବ୍ କ୍ୟାପଟେନ୍ ଆୱାର୍ଡ ସିଏସ୍‌କେ ଅଧିନାୟକ ଧୋନୀଙ୍କୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story