ବୋଲିଂ କୋଚ୍ ରହିପାରନ୍ତି ଭରତ ଅରୁଣ, ବିଦା ହେବେ ବାଙ୍ଗର!

କୋଲକାତା: ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ କୋଚିଂ ଷ୍ଟାଫକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିଶେଷକରି ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କୁ ଅଧିକ ସମାଲୋଚନାର ହେବାକୁ ପଡ଼ିଛି। ଏପରିକି ବିସିସିଆଇ ନୂଆ କୋଚିଂ ଷ୍ଟାଫ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ତେଣୁ ଏଭଳି ସ୍ଥିତିରେ ଭାରତୀୟ କୋଚିଂ ଷ୍ଟାଫରେ କିଏ ରହିବେ ଏବଂ କିଏ ବିଦା ହେବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଭାରତର ବର୍ତ୍ତମାନ ବୋଲିଂ କୋଚ୍ ଭରତ […]

coach

coach

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 04:05 PM IST

Sports

Latest News

କୋଲକାତା: ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ କୋଚିଂ ଷ୍ଟାଫକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିଶେଷକରି ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କୁ ଅଧିକ ସମାଲୋଚନାର ହେବାକୁ ପଡ଼ିଛି। ଏପରିକି ବିସିସିଆଇ ନୂଆ କୋଚିଂ ଷ୍ଟାଫ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ତେଣୁ ଏଭଳି ସ୍ଥିତିରେ ଭାରତୀୟ କୋଚିଂ ଷ୍ଟାଫରେ କିଏ ରହିବେ ଏବଂ କିଏ ବିଦା ହେବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଭାରତର ବର୍ତ୍ତମାନ ବୋଲିଂ କୋଚ୍ ଭରତ ଅରୁଣଙ୍କ ରହିବା ଏକ ପ୍ରକାର ନିଶ୍ଚିତ ଲାଗୁଛି। ଫିଲ୍ଡିଂ କୋଚ୍ ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କ ସମେତ ଅନେକ ଦାବିଦାର ଥିଲେ ହେଁ, ଆର୍ ଶ୍ରୀଧରଙ୍କୁ ଅଗ୍ରାଧିକାର ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଜାତୀୟ ଚୟନକର୍ତ୍ତା ଯେତେବେଳେ ଭାରତୀୟ ଟିମ୍ ପାଇଁ ସହଯୋଗୀ ଷ୍ଟାଫ୍ ଚୟନ କରିବେ, ସେତେବେଳେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଛୁଟି ହୋଇପାରେ। ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଏହି ତିନିଜଣ ସର୍ପୋଟ୍ ଷ୍ଟାଫଙ୍କ କାର୍ଯ୍ୟକାଳକୁ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଏହା ପରେ ନୂଆ ସାକ୍ଷାତକାର ହେବ ଏବଂ ସବୁ ପଦବୀ ପାଇଁ ନିଯୁକ୍ତି କରାଯିବ। କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ନୂଆ କ୍ରିକେଟ୍ ପରାମର୍ଶଦାତା କମିଟି ମୁଖ୍ୟ କୋଚ୍ ଉପରେ ନିଷ୍ପତ୍ତି ନେବେ। ଚୟନକର୍ତ୍ତାଙ୍କୁ ସହଯୋଗୀ ଷ୍ଟାଫଙ୍କ ପାଇଁ ଇଣ୍ଟରଭ୍ୟୁ ନେବାକୁ କୁହାଯାଇଛି। ନିକଟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅରୁଣଙ୍କ ରହିବା ନିଶ୍ଚିତ, କାରଣ ସବୁ ଫର୍ମାଟରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଭଲ ରହିଛି।

ବୋର୍ଡର ଜଣେ ସିନିୟର ଅଧିକାର କହିଛନ୍ତି, ଗତ ୧୮ରୁ ୨୦ ମାସ ହେବ ଅରୁଣ ବହୁତ ଭଲ କାମ କରିଛନ୍ତି। ବର୍ତ୍ତମାନ ଭାରତୀୟ ବୋଲିଂ ଆକ୍ରମଣ ଟେଷ୍ଟ ପାଇଁ ସର୍ବଶ୍ରେଷ୍ଠ। ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି, ଯାହାର ଶ୍ରେୟ ସିଧାସଳଖ ଅରୁଣଙ୍କୁ ଦିଆଯିବ। ଚୟନକର୍ତ୍ତାଙ୍କ ପାଇଁ ତାଙ୍କ ସ୍ଥାନରେ ଆଉ କାହାକୁ ନେବା କଷ୍ଟକର ହେବ।

ତେବେ ବାଙ୍ଗରଙ୍କ କ୍ଷେତ୍ରରେ ଏଭଳି କୁହାଯାଇ ନପାରେ। କିଛି ଲୋକଙ୍କ କହିବା ଅନୁଯାୟୀ, ୪ ବର୍ଷ ରହିବା ସତ୍ତେ୍ୱ ବାଙ୍ଗର ଭାରତୀୟ ମଧ୍ୟକ୍ରମକୁ ସୁଧାରିପାରିଲେ ନାହିଁ। ଅଧିକାରୀ ଜଣକ କହିଛନ୍ତି, ବାଙ୍ଗରଙ୍କ ଆସିବା ପୂର୍ବରୁ ମଧ୍ୟ ବିରାଟ୍ କୋହଲି ଓ ରୋହିତ୍ ଶର୍ମା ଭଲ ପ୍ରଦର୍ଶନ କରୁଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ସଫଳତା ପଛରେ ବାଙ୍ଗରଙ୍କ କୌଣସି ଯୋଗଦାନ ନାହିଁ। ତାଙ୍କ କାମ ମଧ୍ୟକ୍ରମକୁ ମଜଭୁତ୍ କରିବାର ଥିଲା ଏବଂ ବିଶ୍ୱକପରେ ଆମେ ଏହି ବିଭାଗରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲୁ।

ତିନି ବିଶେଷଜ୍ଞ କୋଚଙ୍କ ମଧ୍ୟରୁ ଅରୁଣଙ୍କ ସ୍ଥାନ ପକ୍କା ଲାଗୁଛି ଏବଂ ଶ୍ରୀଧର ମଧ୍ୟ ଚୟନକର୍ତ୍ତାଙ୍କ ପସନ୍ଦ ହେବେ। ତେବେ ଶ୍ରୀଧରଙ୍କ ଜଣ୍ଟି ରୋଡ୍ସଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ମିଳିବ। ଅଧିକାରୀ ଜଣକ କହିଛନ୍ତି, ରୋଡ୍ସ ଏକ ବଡ଼ ନାମ ଏବଂ ତାଙ୍କ ଦାବିଦାରକୁ ଅଣଦେଖା କରାଯାଇପାରିବ ନାହିଁ। ତେବେ ଆମକୁ ଟିମର ଏପର୍ଯ୍ୟନ୍ତ ଫିଲ୍ଡିଂ ପ୍ରଦର୍ଶନକୁ ଦେଖିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos