ନୂଆଦିଲ୍ଲୀ: ଭାରତରେ ଖେଳିବାକୁ କୌଣସି ଦେଶ ଅସୁରକ୍ଷିତ ମନେ କରିବା ଉଚିତ ନୁହେଁ। ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର ବୁଧବାର ଏହା କହିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଏହାର ମ୍ୟାଚ୍ଗୁଡିକୁ ପାକିସ୍ତାନ ଅନ୍ୟତ୍ର କରାଇବା ପାଇଁ ଦାବି କରୁଥିବା ସମ୍ପର୍କିତ ରିପୋର୍ଟ ଆସିବା ପରିପ୍ରେକ୍ଷୀରେ ଏ କଥା କହିଛନ୍ତି ଅନୁରାଗ।
ସେ କହିଛନ୍ତି ଯେ, ବିସିସିଆଇ ସବୁଠୁ ବଢିଆ ସ୍ଥାନରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ କରିବ। ଏଥିରେ ସାମିଲ ହେବାକୁ ଥିବା ସମସ୍ତ ଦଳକୁ ସୁଦୃଢ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ପୂର୍ବରୁ ବି ଭାରତ ବିଶ୍ୱକପ୍ ଆୟୋଜନ କରିଛି। ତେଣୁ କୌଣସି ଦେଶ ଭାରତରେ ଖେଳିବାକୁ ଅସୁରକ୍ଷିତ ମନେ କରିବା ଉଚିତ ନୁହେଁ।
ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ମୁଖ୍ୟ ଶାହାରହାର ଖାନ୍ କହିଥିଲେ ଯେ, ଇସଲାମବାଦ ଯଦି ଭାରତ ଗସ୍ତରେ ଯିବାକୁ ଅନୁମତି ନ ଦିଏ ତା’ହେଲେ ତାଙ୍କର ମ୍ୟାଚ୍ଗୁଡିକୁ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରାଯାଉ।
ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୮ରୁ ଏପ୍ରିଲ ୩ ତାରିଖ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।