ଭାରତୀୟ ଦଳରେ ଖେଳିବାକୁ କଠିନ ପରିଶ୍ରମ କର: ସଚୀନ୍

ପୁଣେ: “ଭାରତୀୟ ଦଳରେ ସ୍ଥାନ ପାଇବାକୁ କଠିନ ପରିଶ୍ରମ କର। ଦେହରୁ ଝାଳ ବାହାର କର।” ବୁଧବାର ଏହା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚୀନ ତେନ୍ଦୁଲକର। ବାରାମତିରେ ଡକ୍ଟର ବାବା ସାହେବ ଆମ୍ବେଦକର ଷ୍ଟାଡିୟମକୁ ଉଦଘାଟନ  କରିବା ବେଳେ ସେ ଛାତ୍ରଛାତ୍ରୀଙ୍କୁ ଏହା କହିଛନ୍ତି।  ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଶରଦ ପାୱାରଙ୍କ ଉପସ୍ଥିତିରେ ସଚୀନ କହିଛନ୍ତି, “ଯଦି ଯୁବଖେଳାଳିମାନେ ସେମାନଙ୍କ କ୍ରୀଡା ଜୀବନକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଚାହୁଁଛନ୍ତି ତେବେ ଆଜିଠୁ କଠିନ ପରିଶ୍ରମ କରନ୍ତୁ।” […]

sachin

Rakesh Mallick
  • Published: Wednesday, 06 April 2016
  • , Updated: 07 April 2016, 02:52 AM IST

ପୁଣେ: “ଭାରତୀୟ ଦଳରେ ସ୍ଥାନ ପାଇବାକୁ କଠିନ ପରିଶ୍ରମ କର। ଦେହରୁ ଝାଳ ବାହାର କର।” ବୁଧବାର ଏହା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚୀନ ତେନ୍ଦୁଲକର।

ବାରାମତିରେ ଡକ୍ଟର ବାବା ସାହେବ ଆମ୍ବେଦକର ଷ୍ଟାଡିୟମକୁ ଉଦଘାଟନ  କରିବା ବେଳେ ସେ ଛାତ୍ରଛାତ୍ରୀଙ୍କୁ ଏହା କହିଛନ୍ତି।  ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଶରଦ ପାୱାରଙ୍କ ଉପସ୍ଥିତିରେ ସଚୀନ କହିଛନ୍ତି, “ଯଦି ଯୁବଖେଳାଳିମାନେ ସେମାନଙ୍କ କ୍ରୀଡା ଜୀବନକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଚାହୁଁଛନ୍ତି ତେବେ ଆଜିଠୁ କଠିନ ପରିଶ୍ରମ କରନ୍ତୁ।”

କ୍ରୀଡା କ୍ଷେତ୍ରରେ ପାୱାରଙ୍କ ଅବଦାନର ଉଦାହରଣ ଦେଇ ସେ ଆହୁରି ମଧ୍ୟ କହିଛନ୍ତି “ମୋ ଲକ୍ଷ୍ୟ ଥିଲା ଭାରତ ପାଇଁ ଖେଳିବି ଓ ବିଶ୍ୱକପ୍‌ ଆଣିବି। ଏହା ଥିଲା ଏକ ଲମ୍ବା ରାସ୍ତା। ଫିଲ୍ଡକୁ ରକ୍ଷଣାବେକ୍ଷଣ କରିବାକୁ ଜଣେ ଗ୍ରାଉଣ୍ଡମ୍ୟାନ୍‌ ଯେତିକି ପାଣି ଢାଳୁଛି ସେହିପରି ଆଜିର ଯୁବବର୍ଗ ପରିଶ୍ରମ କରି ନଜ ଦେହରୁ ସେତିକି ଝାଳ ବାହାର କରୁ। ତେବେ ଯାଇ ସଫଳତାର ଶୀର୍ଷରେ ପହଞ୍ଚି ପାରିବ।”

ଏହି ଅବସରରେ ମହାରାଷ୍ଟ୍ର ଓ ମୁମ୍ବାଇ ମଧ୍ୟରେ ଏକ ସୌଜନ୍ୟମୂଳକ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା।

ଏହି ଅବସରରେ ସଚୀନ ଓ ଶରଦ ପାୱାରଙ୍କ ସମେତ ଆଜିଙ୍କ୍ୟ ରାହାଣେ, ଅଜିତ ଅଗରକର ଓ ୱାସିମ୍‌ ଜାଫର ପ୍ରମୁଖ ଉପସ୍ଥିତ ଥିଲେ।

Related story