ଭୁବନେଶ୍ୱରରେ ଆୟୋଜିତ ହେବ ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ପ୍ରାଥମିକ ମଞ୍ଜୁରୀ ମିଳିଛି। ୨୦୨୦ରେ ଭାରତରେ ହେବାକୁଥିବା ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପର କିଛି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବୋଲି ଲୋକାଲ୍ ଅର୍ଗାନାଇଜିଂ କମିଟିର ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର୍ ରୋମା ଖାନ୍ନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ନେଇ ରୋମା କହିଛନ୍ତି, “ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପ୍ ପାଇଁ ଭୁବନେଶ୍ୱର ପ୍ରାଥମିକ ମଞ୍ଜୁରୀ ମିଳିଥିବାରୁ ଆମେ ବହୁତ ଖୁସି। ଦେଶରେ ମହିଳା ଫୁଟବଲ […]

fifa

fifa

Ranjit Kumar Jena
  • Published: Tuesday, 27 August 2019
  • Updated: 27 August 2019, 09:27 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ପ୍ରାଥମିକ ମଞ୍ଜୁରୀ ମିଳିଛି। ୨୦୨୦ରେ ଭାରତରେ ହେବାକୁଥିବା ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପର କିଛି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବୋଲି ଲୋକାଲ୍ ଅର୍ଗାନାଇଜିଂ କମିଟିର ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର୍ ରୋମା ଖାନ୍ନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏ ନେଇ ରୋମା କହିଛନ୍ତି, "ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପ୍ ପାଇଁ ଭୁବନେଶ୍ୱର ପ୍ରାଥମିକ ମଞ୍ଜୁରୀ ମିଳିଥିବାରୁ ଆମେ ବହୁତ ଖୁସି। ଦେଶରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଭୁବନେଶ୍ୱର ଉପଯୁକ୍ତ ଭେନ୍ୟୁ। ରାଜ୍ୟ ସରକାର ଷ୍ଟାଡିୟମକୁ ଅନ୍ତର୍ଜାତୀୟ ସ୍ତରର ନିର୍ମାଣ କରିଛନ୍ତି ଏବଂ ଏଠାରେ ଫିଫା ଷ୍ଟାଣ୍ଡାର୍ଡରେ ତାଲିମ ପାଇଁ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା ମଧ୍ୟ କରାଯାଇଛି।"

ଟୁର୍ଣ୍ଣାମେଣ୍ଟ ପାଇଁ ଷ୍ଟାଡିୟମରେ କେତେକ କାମ ବାକି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ଏବଂ ନିର୍ଦ୍ଧାରିତ ସମୟରେ ସମସ୍ତ କାମ କରିବ ବୋଲି ପ୍ରତିଶ୍ରୁତି ମିଳିଛି। ଭିତ୍ତିଭୂମି କାମ ଶେଷ ହେବା ପରେ ଚଳିତ ବର୍ଷ ଶେଷଭାଗରେ ଫିଫାର ଏକ ଟିମ୍ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଆସିବ ଏବଂ ଏହା ପରେ ଏଠାରେ ଅଣ୍ଡର-୧୭ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ନେଇ ଆନୁଷ୍ଠାନିକ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଭାରତର ୪ଟି ସହରରେ ଫିଫା ଅଣ୍ଡର୍-୧୭ ବିଶ୍ୱକପ୍ ଆୟୋଜିତ ହେବ। ଭେନ୍ୟୁ ଦୌଡ଼ରେ କୋଲକାତା, ନଭି ମୁମ୍ବାଇ, ଗୋଆ ଏବଂ ଅହମ୍ମଦାବାଦ ଅଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ମୋଟ ୧୬ଟି ଦେଶ ଭାଗ ନେବେ। ଚଳିତ ବର୍ଷ ଶେଷ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ବିଭାଗ ସମ୍ପାଦକ ବିଶାଲ ଦେବ ଉପସ୍ଥିତ ଥିଲେ। କଳିଙ୍ଗ ଷ୍ଟାଡିୟମରେ ଏହା ପୂର୍ବରୁ ହକି ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି ହକି, ହକି ୱାର୍ଲ୍ଡ ସିରିଜ୍ ଫାଇନାଲ୍ସ, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story