ସମସ୍ତେ ଧୱନଙ୍କ ନାଁ ନେଉଥିଲେ: ଆଉଜଣେ ଖେଳାଳିଙ୍କୁ ଦିଆଗଲା ହାଇଦ୍ରାବାଦ ଟିମ୍‌ର ଉପଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍‌ ଟାମ୍ପରିଂ ମାମଲାରେ ବାସନ୍ଦ ହେବା ପରେ ଅଷ୍ଟ୍ରେଲିଆର ଷ୍ଟାର୍‌ କ୍ରିକେଟ୍‌ର ୱାର୍ନର ଆଇପିଏଲରୁ ମଧ୍ୟ ବାସନ୍ଦ ହୋଇଛନ୍ତି। ୱାର୍ନର ଆଇପିଏଲରେ ହାଇଦ୍ରାବାଦ ଦଳର ଅଧିନାୟକ ଥିଲେ। କିନ୍ତୁ ବାସନ୍ଦ ହେବାପରେ ତାଙ୍କ ବଦଳରେ ନିଜ୍ୟୁଲାଣ୍ଡ କ୍ରିକେଟର୍‌ ୱିଲିୟମସନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏପରି ସ୍ଥିତିରେ ଶିଖର ଧୱନଙ୍କ ପ୍ରଶଂସକଙ୍କୁ ଏହା ନିରାଶ କରିଥିଲା। ୱାର୍ନରଙ୍କ ବାସନ୍ଦପରେ ଅଧିନାୟକ ରେସ୍‌ରେ ସବୁଠୁ ଆଗରେ ଥିଲେ ଶିଖର ଧୱନ। ଏପରି ପରିସ୍ଥିତିରେ ଶିଖର ଧୱନଙ୍କ ପ୍ରଶଂସକ […]

218017-shikahr-dhwan-injured (1) copy

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 12:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍‌ ଟାମ୍ପରିଂ ମାମଲାରେ ବାସନ୍ଦ ହେବା ପରେ ଅଷ୍ଟ୍ରେଲିଆର ଷ୍ଟାର୍‌ କ୍ରିକେଟ୍‌ର ୱାର୍ନର ଆଇପିଏଲରୁ ମଧ୍ୟ ବାସନ୍ଦ ହୋଇଛନ୍ତି। ୱାର୍ନର ଆଇପିଏଲରେ ହାଇଦ୍ରାବାଦ ଦଳର ଅଧିନାୟକ ଥିଲେ। କିନ୍ତୁ ବାସନ୍ଦ ହେବାପରେ ତାଙ୍କ ବଦଳରେ ନିଜ୍ୟୁଲାଣ୍ଡ କ୍ରିକେଟର୍‌ ୱିଲିୟମସନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏପରି ସ୍ଥିତିରେ ଶିଖର ଧୱନଙ୍କ ପ୍ରଶଂସକଙ୍କୁ ଏହା ନିରାଶ କରିଥିଲା। ୱାର୍ନରଙ୍କ ବାସନ୍ଦପରେ ଅଧିନାୟକ ରେସ୍‌ରେ ସବୁଠୁ ଆଗରେ ଥିଲେ ଶିଖର ଧୱନ।

ଏପରି ପରିସ୍ଥିତିରେ ଶିଖର ଧୱନଙ୍କ ପ୍ରଶଂସକ ଆହୁରି ନିରାଶ ହୋଇଥିଲେ ଯେତେବେଳେ ହାଇଦ୍ରାବାଦ ଦଳର ଉପ ଅଧିନାୟକ ପଦ ମଧ୍ୟ ଧୱନଙ୍କୁ ନଦିଆଯାଇ ଭାରତୀୟ ଷ୍ଟାର୍‌ ବୋଲର୍‌ ଭୁବନେଶ୍ୱର କୁମାରଙ୍କୁ ଦିଆଯାଇଥିଲା। ଟିମ୍‌ ମ୍ୟାନେଜମେଣ୍ଟ ଏହି ନିଷ୍ପତ୍ତି ନେଇଥିବା ଜଣାଇଛି। ଟିମ୍‌ର ଅଧିନାୟକଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଟିମ୍‌ର ନେତୃତ୍ୱ ନେବେ। ପୂର୍ବରୁ କିନ୍ତୁ ଆଇପିଏଲରେ ହାଇଦ୍ରାବାଦ ଦଳର ଅଧିନାୟକଙ୍କ ଅନୁପସ୍ଥିତିରେ ଶିଖର ଧୱନଙ୍କୁ ଦାୟିତ୍ୱ ଦିଆଯାଉଥିଲେ। କିନ୍ତୁ ଏଥର ଆଇପିଏଲରେ ୱାର୍ନରଙ୍କ ଅନୁପସ୍ଥିତିରେ ଅଧିନୟାକ କିମ୍ବା ଉପଧିନାୟକ ପଦରୁ ଧୱନଙ୍କୁ ବଞ୍ଚିତ କରାଯିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ବେଶ ନିରାଶ କରିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବଲ୍‌ ଟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୱାର୍ନର ଓ ସ୍ମିଥ୍‌ କ୍ରିକେଟ୍‌ରୁ ଏକ ବର୍ଷ ପାଇଁ ବାସନ୍ଦ ହେବାପରେ ବିସିସିଆଇ ମଧ୍ୟ ଏହି ଦୁଇଜଣଙ୍କୁ ଆଇପିଏଲ ଖେଳିବାକୁ ଅନୁମତି ଦେଇନାହିଁ। ଫଳରେ ୧୧ତମ ଆଇପିଏଲ୍‌ ସିଜିନରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିବନି।

Related story