ବିଫଳତାରୁ ବହୁ ଶିକ୍ଷା ମିଳେ:ଧୋନି

ହାରାରେ: ଜିମ୍ବାୱେ ବିପକ୍ଷ ଟି-୨୦ରେ ଭାରତ ୨ ରନ୍‌ରେ ପରାଜିତ ହେବା ପରେ ସମାଲୋଚନାର ଶରବ୍ୟ ହୋଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏହି ସମାଲୋଚନା ପରେ କ୍ରିକେଟ ସମୀକ୍ଷକ ଓ ସମର୍ଥକଙ୍କୁ ଆଜି ସେ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,“ଯୁବ ବାହିନୀ ଗତ ମ୍ୟାଚ୍‌ ବହୁତ ଭୁଲ କରିଛନ୍ତି। ମୁଁ ଜାଣିଛି ଏହା ନୈରାଶ୍ୟଜନକ। ଗତକାଲିର ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ଦଳର ଖେଳାଳିମାନେ ସୁଧାରିବା ଦରକାର। ଏହି ବିଫଳତାରୁ ବହୁତ କିଛି ଶିକ୍ଷା ମିଳିଛି। […]

ms-dhoni-wicketkp-700

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 06:05 PM IST

ହାରାରେ: ଜିମ୍ବାୱେ ବିପକ୍ଷ ଟି-୨୦ରେ ଭାରତ ୨ ରନ୍‌ରେ ପରାଜିତ ହେବା ପରେ ସମାଲୋଚନାର ଶରବ୍ୟ ହୋଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏହି ସମାଲୋଚନା ପରେ କ୍ରିକେଟ ସମୀକ୍ଷକ ଓ ସମର୍ଥକଙ୍କୁ ଆଜି ସେ କଡ଼ା ଜବାବ ଦେଇଛନ୍ତି।

ସେ କହିଛନ୍ତି,“ଯୁବ ବାହିନୀ ଗତ ମ୍ୟାଚ୍‌ ବହୁତ ଭୁଲ କରିଛନ୍ତି। ମୁଁ ଜାଣିଛି ଏହା ନୈରାଶ୍ୟଜନକ। ଗତକାଲିର ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ଦଳର ଖେଳାଳିମାନେ ସୁଧାରିବା ଦରକାର। ଏହି ବିଫଳତାରୁ ବହୁତ କିଛି ଶିକ୍ଷା ମିଳିଛି। ଏହାକୁ ପାଥେୟ କରି ଆସନ୍ତାକାଲିର ମ୍ୟାଚ୍‌ ଖେଳିବ ଦଳ।”

ସେ କହିଛନ୍ତି,“ଆସନ୍ତାକାଲିର ଟି-୨୦ ମ୍ୟାଚ୍‌ ପାଇଁ ପାଇଁ ଦଳ ପ୍ରସ୍ତୁତ ରହିଛି। ଦଳ ଦିନିକିଆରେ ଭଲ ବୋଲିଂ କରିଥିଲେ ମଧ୍ୟ ଗତ ମ୍ୟାଚ୍‌ରେ ସେପରି ଆଖି ଦୃର୍ଷିଆ ପ୍ରଦର୍ଶନ କରିପାରି ନ ଥିଲେ। ଗତମ୍ୟାଚ୍‌ରେ ଜିମ୍ବାୱେର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଭାରତର ଟପ୍‌ ବୋଲରଙ୍କ ଓଭର ଭାରି ପଡିଥିଲେ। ଏହାକୁ ସୁଧାରି ଦଳ ଆସନ୍ତାକାଲିର ମ୍ୟାଚ୍‌ ଖେଳିବ।

ଅନ୍ୟପକ୍ଷରେ ଜିମ୍ବାୱେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଦଳର ମନୋବଳ ଦୃଢ ରହିଛି। ଦଳ ବୋଲିଂକୁ ପ୍ରାଧାନ୍ୟ ଦେଇ ଆସନ୍ତାକାଲି ପଡିଆକୁ ଓହ୍ଲାଇବ।

ଏହିମ୍ୟାଚ୍‌ ଭାରତୀୟ ସମୟ ୪ଟା୩୦ରେ ହାରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯିବ।

Related story