ଟି-୨୦ ଫାଇନାଲ୍ସ ସିରିଜ୍ ଖେଳିବେ ୫ ଟିମ୍

ମେଲବର୍ଣ୍ଣ: କ୍ରିକେଟ୍ ଅଷ୍ଟ୍ରେଲିଆ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ର ନୂଆ ସିଜନ୍ ପୂର୍ବରୁ ଏହି ଫର୍ମାଟରେ ନୂଆ ପରିବର୍ତ୍ତନ କରିଛି। ନୂଆ ସିଜନରେ ପାଞ୍ଚ ଟିମର ଫାଇନାଲ୍ସ ସିରିଜ୍ ଖେଳାଯିବ। ନୂଆ ପାଞ୍ଚ ଟିମର ଫାଇନାଲ୍ ଫର୍ମାଟରେ ରେଗୁଲାର୍ ସିଜନରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍ ପାଖରେ ଦୁଇଟି ସୁଯୋଗ ରହିବ। ଫାଇନାଲ୍ସ ୩୦ ଜାନୁଆରୀ, ୨୦୨୦ରୁ ଆରମ୍ଭ ହେବ ଏବଂ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରାଣ୍ଡ୍ ଫାଇନାଲ୍ ୮ […]

BBL

BBL

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 08:36 PM IST

ମେଲବର୍ଣ୍ଣ: କ୍ରିକେଟ୍ ଅଷ୍ଟ୍ରେଲିଆ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ର ନୂଆ ସିଜନ୍ ପୂର୍ବରୁ ଏହି ଫର୍ମାଟରେ ନୂଆ ପରିବର୍ତ୍ତନ କରିଛି। ନୂଆ ସିଜନରେ ପାଞ୍ଚ ଟିମର ଫାଇନାଲ୍ସ ସିରିଜ୍ ଖେଳାଯିବ। ନୂଆ ପାଞ୍ଚ ଟିମର ଫାଇନାଲ୍ ଫର୍ମାଟରେ ରେଗୁଲାର୍ ସିଜନରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍ ପାଖରେ ଦୁଇଟି ସୁଯୋଗ ରହିବ। ଫାଇନାଲ୍ସ ୩୦ ଜାନୁଆରୀ, ୨୦୨୦ରୁ ଆରମ୍ଭ ହେବ ଏବଂ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରାଣ୍ଡ୍ ଫାଇନାଲ୍ ୮ ଫେବୃଆରୀରେ ଅନୁଷ୍ଠିତ ହେବ।

ନୂଆ ଫର୍ମାଟ୍ ଅନୁଯାୟୀ, ଲିଗ୍ ପର୍ଯ୍ୟାୟ ପରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଟିମ୍ ୩୦ ଜାନୁଆରୀରେ ଏଲିମିନେଟର ମୁକାବିଲା ଖେଳିବେ। ସେହିପରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍ ପରବର୍ତ୍ତୀ ଦିନ କ୍ୱାଲିଫାୟର୍ ଖେଳିବେ। ୧ ଫେବୃଆରୀରେ ଏଲିମିନେଟରର ବିଜେତାର ମୁକାବିଲା ତୃତୀୟ ସ୍ଥାନରେ ଥିବା ଟିମ୍ ସହ ହେବ। କ୍ୱାଲିଫାୟରରେ ହାରିଥିବା ଟିମ୍ ୬ ଫେବୃଆରୀରେ ନକଆଉଟର ବିଜେତାକୁ ଭେଟିବ। ଫାଇନାଲ୍ ମୁକାବିଲା କ୍ୱାଲିଫାୟରର ବିଜେତା ଏବଂ ଚ୍ୟାଲେଞ୍ଜର୍ ବିଜେତା ମଧ୍ୟରେ ଖେଳାଯିବ।

ବିବିଏଲର ଗତ ୮ଟି ସିଜନରୁ ୬ଟି ସିଜନରେ ଶୀର୍ଷରେ ରହିଥିବା ଟିମ୍ ସେମିଫାଇନାଲ୍ ଏବଂ ଫାଇନାଲରେ ସିଧାସଳଖ ପ୍ରବେଶ କରୁଥିଲେ। ବିବିଏଲ୍ ୨୦୧୯-୨୦ ସିଜନର ଶୁଭାରମ୍ଭ ୧୭ ଡିସେମ୍ବରରୁ ହେବ। ୪୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସିଜନରେ ଏଥର ୫୪ ବଦଳରେ ୫୬ ମ୍ୟାଚ୍ ଖେଳାଯିବ। ସିଜନର ପ୍ରଥମ ମ୍ୟାଚ୍ ବ୍ରିସବେନ୍ ହିଟ୍ ଓ ସିଡନୀ ଥଣ୍ଡର୍ସ ମଧ୍ୟରେ ଖେଳାଯିବ।

ନୂଆ ଫର୍ମାଟ୍
ଏଲିମିନେଟର୍: ଚତୁର୍ଥ ଓ ପଞ୍ଚମ ସ୍ଥାନର ଟିମ୍
କ୍ୱାଲିଫାୟର୍: ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍ ମଧ୍ୟରେ ମ୍ୟାଚ୍
ନକଆଉଟ୍: ତୃତୀୟ ସ୍ଥାନରେ ରହିଥିବା ଟିମ୍ ଏବଂ ଏଲିମିନେଟରର ବିଜେତା (ଚତୁର୍ଥ ବନାମ ପଞ୍ଚମ)
ଚ୍ୟାଲେଞ୍ଜର୍: କ୍ୱାଲିଫାୟର (ପ୍ରଥମ କିମ୍ବା ଦ୍ୱିତୀୟ)ରେ ହାରିଥିବା ଟିମ୍ ବନାମ ନକଆଉଟର ବିଜେତା
ଫାଇନାଲ୍: କ୍ୱାଲିଫାୟରର ବିଜେତା ବନାମ ଚ୍ୟାଲେଞ୍ଜରର ବିଜେତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos