ବିଜୟ ହଜାରେ ଟ୍ରଫି: ଓଡ଼ିଶାର ଚତୁର୍ଥ ପରାଜୟ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଚତୁର୍ଥ ପରାଜିତ ବରଣ କରିଛି। ନୂଆଦିଲ୍ଲୀର ପଲାମାର ଏୟାରଫୋର୍ସ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ଆନ୍ଧ୍ର ବିପକ୍ଷ ମ୍ୟାଚରେ ଦଳକୁ ଏହି ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆନ୍ଧ୍ର ଏହି ମ୍ୟାଚରେ ୫୫ ରନରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ପରାଜୟ ପରେ ଓଡ଼ିଶା ୪ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ସେପଟେ ଏହି ବିଜୟ ସହ ଆନ୍ଧ୍ର ୮ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ […]

Vijay-Hazare-Trophy-2015-16

Vijay-Hazare-Trophy-2015-16

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 04:03 PM IST

Sports

Latest News

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଚତୁର୍ଥ ପରାଜିତ ବରଣ କରିଛି। ନୂଆଦିଲ୍ଲୀର ପଲାମାର ଏୟାରଫୋର୍ସ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ଆନ୍ଧ୍ର ବିପକ୍ଷ ମ୍ୟାଚରେ ଦଳକୁ ଏହି ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆନ୍ଧ୍ର ଏହି ମ୍ୟାଚରେ ୫୫ ରନରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ପରାଜୟ ପରେ ଓଡ଼ିଶା ୪ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ସେପଟେ ଏହି ବିଜୟ ସହ ଆନ୍ଧ୍ର ୮ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି।

ଆନ୍ଧ୍ର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋରରେ ୨୫ ରନ ଥିବା ବେଳେ ୨ଟି ମହତ୍ୱପୂର୍ଣ୍ଣ ୱିକେଟ (ଆର.କୋରିପାଲି ଓ ଏସ୍. ଭାରତ)କୁ ହରାଇଥିଲା ଆନ୍ଧ୍ର। ହେଲେ ମିଡିଲଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାକୁ ଓଡ଼ିଶା ବୋଲରଙ୍କୁ ନାକେ ଦମ୍ ହେବାକୁ ପଡିଥିଲା। ଆନ୍ଧ୍ର ପକ୍ଷରୁ ଏଜି ପ୍ରଦୀପ୍ ଅପରାଜିତ ୧୦୨ ରନ (୧୨୩ ବଲ), ଜ୍ୟୋତିସାଇ କ୍ରିଷ୍ଣା ୭୨ (୫୭ ବଲ) ଓ ଡିବି ପ୍ରଶାନ୍ତ କୁମାର ୪୬ (୫୯ ବଲ) ରନ୍ କରି ଆଉଟ ହୋଇଥିଲେ। ନିର୍ଦ୍ଧାରିତ ଓଭରରେ ଆନ୍ଧ୍ର ୪ ୱିକେଟ ହରାଇ ୨୬୧ ରନରେ ସଂଗ୍ରହ କରିଥିଲା। ଓଡ଼ିଶା ପକ୍ଷରୁ ଆଲୋକ ସାହୁ ଓ ବିପ୍ଳବ ସାମନ୍ତରାୟ ୨ଟି ଲେଖାଏଁ ୱିକେଟ ନେଇଥିଲେ।

୨୬୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲା ଥିଲା ଓଡ଼ିଶା। ମାତ୍ର କୌଣସି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବଡ ଧରଣର ଭାଗିଦାରୀ ହୋଇପାରି ନ ଥିଲା। ଫଳରେ ଦଳ ୪୮ ଓଭରରେ ସମସ୍ତ ୱେକେଟ ହରାଇ ୨୦୬ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅନୁରାଗ ଷଡଙ୍ଗୀ ୫୨ (୭୨ବଲ), ନଟରାଜ ବେହେରା ୪୨ (୪୯ ବଲ) ଓ ବିପ୍ଳବ ସାମନ୍ତରାୟ ୪୪ (୫୦ ବଲ) ରନ କରି ଆଉଟ ହୋଇଥିଲେ। ଅନ୍ୟମାନେ ଆଖିଦୃର୍ଶିଆ ରନ କରି ପାରି ନ ଥିଲେ। ଆନ୍ଧ୍ର ପକ୍ଷରୁ ଶିବା କୁମାର ୪ଟି, ଏ. ବିନ୍ଦାରୁ, ବି. ସୁଧାକର, ଡିବିପି କୁମାର ଓ କେଭି ଶିଶିକାନ୍ତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପୂର୍ବରୁ ଓଡ଼ିଶା ମହାରାଷ୍ଟ୍ର, ଦିଲ୍ଲୀ, ବରୋଦାଠାରୁ ପରାଜିତ ହୋଇଛି। ଆସନ୍ତା ୧୮ ତାରିଖରେ ତ୍ରିପୁରାକୁ ଭେଟିବ ଓଡ଼ିଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos