ବିଜୟ ହଜାରେ ଟ୍ରଫି: ଶୁକ୍ରବାର ତ୍ରିପୁରାକୁ ଭେଟିବ ଓଡ଼ିଶା

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫିରେ ଲାଗାତାର ଭାବେ ୪ଟି ମ୍ୟାଚରେ ପରାଜିତ ହୋଇଥିବା ଓଡ଼ିଶା ଆସନ୍ତାକାଲି ତ୍ରିପୁରାକୁ ଭେଟିବ। ଦିଲ୍ଲୀର ପଲାମ୍ ଏ ଷ୍ଟାଡିୟମରେ ସକାଳ ୯ଟାରେ ଖେଳାଯିବ ଏହି ମ୍ୟାଚ୍। ଚଳିତ ବିଜୟ ହଜାରେ ଟ୍ରଫିରେ ଏହା ହେବ ଓଡ଼ିଶାର ଶେଷ ମ୍ୟାଚ୍। ଓଡ଼ିଶା ଦଳ ମହାରାଷ୍ଟ୍ର, ଦିଲ୍ଲୀ, ବରୋଦା, ଆନ୍ଧ୍ରଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ବେଳେ କେବଳ ବିଦର୍ଭଠାରୁ ବିଜୟୀ ହୋଇ ୪ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ସେହିପରି […]

Vijay-Hazare-Trophy-2015-16

Vijay-Hazare-Trophy-2015-16

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 03:45 PM IST

Sports

Latest News

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫିରେ ଲାଗାତାର ଭାବେ ୪ଟି ମ୍ୟାଚରେ ପରାଜିତ ହୋଇଥିବା ଓଡ଼ିଶା ଆସନ୍ତାକାଲି ତ୍ରିପୁରାକୁ ଭେଟିବ। ଦିଲ୍ଲୀର ପଲାମ୍ ଏ ଷ୍ଟାଡିୟମରେ ସକାଳ ୯ଟାରେ ଖେଳାଯିବ ଏହି ମ୍ୟାଚ୍। ଚଳିତ ବିଜୟ ହଜାରେ ଟ୍ରଫିରେ ଏହା ହେବ ଓଡ଼ିଶାର ଶେଷ ମ୍ୟାଚ୍। ଓଡ଼ିଶା ଦଳ ମହାରାଷ୍ଟ୍ର, ଦିଲ୍ଲୀ, ବରୋଦା, ଆନ୍ଧ୍ରଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ବେଳେ କେବଳ ବିଦର୍ଭଠାରୁ ବିଜୟୀ ହୋଇ ୪ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ସେହିପରି ତ୍ରିପୁରା ମଧ୍ୟ ୫ଟି ମ୍ୟାଚରୁ କୌଣସି ମ୍ୟାଚରେ ବିଜୟୀ ହୋଇନାହିଁ। କୌଣସି ପଏଣ୍ଟ ନ ପାଇ ଟେବୁଲର ନିମ୍ନରେ ରହିଛି।

ଓଡ଼ିଶା ସାମ୍ଭାବ୍ୟ ଦଳ: ନଟରାଜ ବେହେରା, ବସନ୍ତ ମହାନ୍ତି, ଧୀରଜ ସିଂହ, ରଞ୍ଜିତ ସିଂହ, ଅନୁରାଗ ଷଡ଼ଙ୍ଗୀ, ଅରବିନ୍ଦ ସିଂହ, ଗୋବିନ୍ଦ ପୋଦ୍ଦାର, ଦୀପକ ବେହେରା, ରାଜେସ ଧୁପର, ପରେଶ ପଟେଲ,  ସୂର୍ଯ୍ୟକାନ୍ତ ପ୍ରଧାନ, ବିପ୍ଳବ ସାମନ୍ତରାୟ, ଆଲୋକ ସାହୁ, ଅଂଶୁମାନ ଗୋପେ, ଶେଷଦୀପ୍ ପାତ୍ର, ଶୁଭମ ନାୟକ ଓ ଅଙ୍କିତ ଯାଦବ

ତ୍ରିପୁରା ସାମ୍ଭବ୍ୟ ଦଳ: ମଣିସିଂହ ମୁରାସିଂହ, ସ୍ୱପନ୍ ଦାସ, ରାଜେଶ ବାନିକ, ଉଦିଆନ୍ ବୋଷ, ସଞ୍ଜୟ ମଜୁମଦାର, ଚିରଞ୍ଜିତ ପାଉଲ୍, ନୀରୁପମ ସେନ୍, ରାକେଶ ସୋଲାଙ୍କି, ଏନ ଏସ ଚୌଧୁରୀ, ସୌରଭ ଦାସ, ପରବିନ୍ଦର ସିଂହ, ରାନା ଦତ୍ତ, ସମ୍ରାଟ ସିହ୍ନା ଓ ଜେବି ଭଟ୍ଟାଚାର୍ଯ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos