ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: ବୀରେନ୍ଦ୍ର ଲାକ୍ରା ପାଇଲେ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର

ଭୁବନେଶ୍ୱର: କ୍ରୀଡ଼ା ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ୧୪ତମ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ୨୦୧୪ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପୁରସ୍କାର ବାବଦକୁ ତାଙ୍କୁ ଏକ ଟ୍ରଫି ଓ ମାନପତ୍ର ସହିତ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିଜୁ ପଟ୍ଟନାୟକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି ଓଡ଼ିଶା ବାସ୍କେଟବଲ୍ ଆସୋସିଏସନ୍ ସଂପାଦକ […]

mukhyamantree

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 03:04 PM IST

ଭୁବନେଶ୍ୱର: କ୍ରୀଡ଼ା ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ୧୪ତମ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ୨୦୧୪ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପୁରସ୍କାର ବାବଦକୁ ତାଙ୍କୁ ଏକ ଟ୍ରଫି ଓ ମାନପତ୍ର ସହିତ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିଜୁ ପଟ୍ଟନାୟକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି ଓଡ଼ିଶା ବାସ୍କେଟବଲ୍ ଆସୋସିଏସନ୍ ସଂପାଦକ ଅଶୋକ କୁମାର ସାହୁଙ୍କୁ। ପୁରସ୍କାର ବାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କା ସହିତ ପ୍ରଶସ୍ତିପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି।  ମହିଳା ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ୍ ଓ ସତୀଶ ଶର୍ମାଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସାମ୍ୱାଦିକ ପୁରସ୍କାର ପ୍ରଦାନ କରାଯାଇଛି। ନନ୍ଦକିଶୋର ପଟ୍ଟନାୟକଙ୍କୁ ପୁରସ୍କାର ବାବଦକୁ ଲକ୍ଷେ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ସତୀଶ ଶର୍ମାଙ୍କୁ ପୁରସ୍କାର ବାବଦକୁ ଟ୍ରଫି ସହିତ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

୨୦୧୪ ବର୍ଷ ପାଇଁ ବିଜୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ସ୍ୱର୍ଗତ ଧୀରେନ ଶବରଙ୍କୁ। ପୁରସ୍କାର ଗ୍ରହଣ କରିଥିଲେ ଦେବଗଡ଼ ଜିଲ୍ଲା ତଲେଇସର ଗାଁର ସ୍ୱର୍ଗତ ଧୀରେନ ଶବରଙ୍କ ପତ୍ନୀ ସୁଲୋଚନା ଶବର। ପୁରସ୍କାର ବାବଦକୁ ତାଙ୍କୁ ଏକ ଲକ୍ଷ ଟଙ୍କା ସହିତ ଏକ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ଅବସରରେ ନିକଟ ଅତୀତରେ ଭଲ ଖେଳ ପ୍ରଦର୍ଶନ କରିଥିବା ହେତୁ ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଆର୍ଥିକ ପ୍ରୋତ୍ସାହନ ଯୋଜନାରେ ଏହି ଦୁଇ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ନିକଟରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପରେ ଏ ଦୁଇ ଖେଳାଳି କାଂସ୍ୟ ପଦକ ହାସଲ କରିଥିଲେ।

ସେହିପରି ଏହି ଅବସରରେ ରାଜ୍ୟ ସାମାଜିକ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ଦିଆଯାଇଥିଲା କେନ୍ଦୁଝରର ‘ଇସାରା‘ ଅନୁଷ୍ଠାନକୁ। ପୁରସ୍କାର ବାବଦକୁ ଅନୁଷ୍ଠାନକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ ସାମାଜିକ ସେବା ବ୍ୟକ୍ତିଗତ ପୁରସ୍କାର ଦିଆଯାଇଥିଲା ବାଲେଶ୍ୱରର ସଂପାତି ରଣା ଓ ବ୍ରହ୍ମପୁରର ରାମଶଙ୍କର ପାତ୍ରଙ୍କୁ। ଏ ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି ଓ କ୍ରୀଡା ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Related story